ସଚେତନତା ସିଭିକ ଆକ୍ସନ ପ୍ରୋଗ୍ରାମର ପ୍ରେସମିଟ୍‌

add-all

ଉମରକୋଟ /ରାଇଘର : ପ୍ରତିବର୍ଷ ଓଡିଶା ରାଜ୍ୟର ନବରଙ୍ଗପୁର ଜ଼ିଲ୍ଲା, ରାଇଘର ବ୍ଲକର ହଳଦୀ ପଞ୍ଚାୟତ ଅନ୍ତର୍ଗତ ଛତିଶଗଡ ସୀମାନ୍ତବର୍ତ୍ତୀ ସୁଦୂର ଫୁଟାନାଡ଼ା ଏବଂ ନକ୍ସଲ ପ୍ରଭାବିତ ଅଞ୍ଚଳର ଲୋକଙ୍କ ମଧ୍ୟରେ ଦୈନନ୍ଦିନ ସଚେତନତା ସୃଷ୍ଟି କରିବା ତଥା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆନ୍ତରିକତା ଏବଂ ବନ୍ଧୁତ୍ୱପୁର୍ଣ ସମ୍ପର୍କ ସ୍ଥାପନ କରିବା ପାଇଁ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (୧୨) ଦ୍ୱାଦଶ ଦ୍ୱାରା ସିଭିକ ଆକ୍ସନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ୨୧/୦୩/୨୦୨୫ ରିଖରେ ଦ୍ୱାଦଶ ବାଟେଲିୟନର କମାଣ୍ଡାଣ୍ଟ ନବରଙ୍ଗପୁର, ଶ୍ରୀ ନନ୍ଦକିଶୋର କୁମାରଙ୍କ ନେତୃତ୍ୱରେ ତଥା ଶ୍ରୀ ଅଜୟ କୁମାର ଫୁଟାନାଡ଼ା କାମ୍ପର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ଶ୍ରୀ ମଦନ କୁମାର ଭି, ଇନ୍ସପେକ୍ଟର ଦେବୀ ସିଂ ଙ୍କ ଉପସ୍ଥିଥିରେ ଆଜିର ଏହି କାର୍ଯ୍ୟକ୍ରମଟି ଅନୁଷ୍ଠିତ ହେଇଯାଇଛି।

ଯେଉଁଥିରେ ଆଖ ପାଖର ସମସ୍ତ ସ୍ଥାନୀୟ ଅଧିକାରୀ, ସାମ୍ବାଦିକ ଏବଂ ଅନ୍ୟାନ୍ୟ ବିଶିଷ୍ଟ ନାଗରିକ ଉପସ୍ଥିତ ଥିଲେ। ସିଭିକ ଆକ୍ସନ ପ୍ରୋଗ୍ରାମ ଅଧିନରେ ଧୂପକାଠି ତିଆରି ଏବଂ ପ୍ରତି ଘରେ ଘରେ ମସୃମ ତିଆରି କରିବାର ଉପକରଣ ବଣ୍ଟନ କରାଯାଇ ଆଗତ ସମସ୍ତ ନିକଟସ୍ଥ ଗ୍ରାମବାସୀଙ୍କ ତାଲିମ ଦିଆଯାଇଛି ଏବଂ ଏହା ବ୍ୟତୀତ ଡାକ୍ତରୀ ଅଧିକାରୀଙ୍କ ଦ୍ୱାରା ସାଧାରଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଆବଶ୍ୟକ ଔଷଧ ବଣ୍ଟନ କରାଯାଇଥିଲା। ସିଭିକ ଆକ୍ସନ ପ୍ରୋଗ୍ରାମ ଅଧିନର ଛୋଟ ପ୍ରୟାସ ଦ୍ୱାରା,ଦ୍ୱାଦଶ ବାହିନୀ ଛୋଟ ଛୋଟ ଗାଁର ଲୋକଙ୍କ ନକ୍ସଲବାଦର ଅତ୍ୟାଚାରରୁ ମୁକ୍ତ କରିବାକୁ ଏବଂ ଦୈନନ୍ଦିନ ଜୀବନ ଜୀବିକା ଓ ରୋଜଗାର କ୍ଷେତ୍ରରେ ଆଗକୁ ବଡ଼ିବାକୁ ଚେଷ୍ଟା କରି ସଚେତନତା ସୃଷ୍ଟି କରୁଛନ୍ତି।

ad-week
Leave A Reply

Your email address will not be published.