ବ୍ରହ୍ମପୁର : ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଇଂରାଜୀ ବିଭାଗରେ ‘ ବିଶ୍ୱ କବିତା ଦିବସ ‘ ପାଳିତ ହୋଇଯାଇଛି l କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ପ୍ରେରଣା ଏବଂ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷା ତଥା ଇଂରାଜୀ ବିଭାଗ ମୁଖ୍ୟ ପ୍ରଫେସର ପଦ୍ମିନୀ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସଭା ଆୟୋଜିତ ହୋଇଥିଲା l ଏ ଅବସରରେ ବିଭାଗମୁଖ୍ୟ ପ୍ରଫେସର ପଦ୍ମିନୀ ସାହୁ ବିଶ୍ୱ କବିତା ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ବର୍ଣ୍ଣନା କରିବା ସହ କବିତାର ସୁଦୂରପ୍ରସାରୀ ଭାବ ସମ୍ପର୍କରେ ଉଲ୍ଲେଖ କରିଥିଲେ l ଏ ଅବସରରେ ବିଭାଗୀୟ ଅଧ୍ୟାପିକା ଚିନ୍ମୟୀ ସାହୁ, ଅଧ୍ୟାପିକା ଇପ୍ସିତା ରୁଚି, ଅଧ୍ୟାପିକା ନୟନିକ ମହାପାତ୍ର, ଅଧ୍ୟାପିକା ସୁହାସିନୀ ବିଶ୍ୱାଳ ପ୍ରମୁଖ କବିତାର ସାର୍ବଜନୀନ ଆବେଦନ ଓ ପାଠକ ଆଦୃତି ଉପରେ ନିଜ ନିଜ ଅଭିଭାଷଣ ରଖିଥିଲେ l ଏହି କାର୍ଯ୍ୟକ୍ରମକୁ ବିଭାଗର ଛାତ୍ରୀ ସ୍ମୃତି ସ୍ୱରୂପା ସଂଯୋଜନା କରିଥିବା ବେଳେ ଏକ ମନୋଜ୍ଞ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା l ବିଭାଗ ପକ୍ଷରୁ ଚନ୍ଦନ, ଲବ, ସୁହାଙ୍ଗି, ସ୍ମୃତି ସ୍ୱରୂପା, ସଂଜୟ, ହିପଶିବା, ସ୍ଵାତି ପ୍ରମୁଖ ଛାତ୍ରଛାତ୍ରୀ ସ୍ୱରଚିତ କବିତା ପାଠ କରିଥିବା ବେଳେ ଏହି କବିତା ପାଠୋତ୍ସବରେ ବହୁ ଛାତ୍ରଛାତ୍ରୀ ବିଭିନ୍ନ କବିଙ୍କ ରଚିତ କବିତା ଆବୃତ୍ତି କରିଥିଲେ l ଏହି କାବ୍ୟିକ ଉତ୍ସବରେ ବହୁ ଛାତ୍ରଛାତ୍ରୀ ସହଯୋଗ କରିବା ସହ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l
