ମାର୍ଚ୍ଚ୨୭ ରେ କଂଗ୍ରେସର ବିଧାନସଭା ଘେରାଉ ଲାଗି କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ମାଲକାନଗିରି, ୨୧।୩ ରାଜ୍ୟରେ ଗତ ୮ ମାସ ହେବ ନୂଆ ସରକାର ତଥା ବିଜେପି ଶାସନ ଭାର ହାତକୁ ନେବା ପରେ ଆଇନ ଶୃଙ୍ଖଳା ବ୍ୟବସ୍ତା ଏକ ପ୍ରକାର ଭୁଷୁଡିପଡିଛି। ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ ଓ ହତ୍ୟା ବଢି ଚାଲିଥିବା ବେଳେ ସ୍କୁଲ ଛାତ୍ରୀ ଓ ନାରୀ ସୁରକ୍ଷା ଆଇନ ଶୃଙ୍ଖଳା ବ୍ୟବସ୍ତା ବିପର୍ଜ୍ୟସ୍ତ ଘଟିଥିବା ଅଭିଯୋଗ ଆଣି କଂଗ୍ରେସ ପକ୍ଷରୁ ଆଜି ମାଲକାନଗିରି ଜିଲ୍ଲା କଂଗ୍ରେସ ଭଵନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମହିଳା ନିର୍ଯାତନାକୁ ବିରୋଧ କରି ଆସନ୍ତା ମାର୍ଚ୍ଚ୨୭ ରେ କଂଗ୍ରେସର ବିଧାନସଭା ଘେରାଉ ପାଇଁ ଯୋଜନା ରହିଛି। ସାର ରାଜ୍ୟରେ ଦିନକୁ ଦିନ ମହିଳା ନିର୍ଯାତନା, ଦୁଷ୍କର୍ମ ବଢ଼ିବାରେ ଲାଗିଛି। ଏବଂ ଏହି ସବୁକୁ ରୋକିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି। ବିଗତ ଓ ବର୍ତ୍ତମାନ ସରକାର ଅମଳରେ ପ୍ରାୟ ଷୋହଳସହରୁ ଉର୍ଦ୍ଧ୍ବ ମାମଲା ବିଚାରାଧୀନ ରହିଛି। ଯାହାକୁ ନେଇ ଘୋର ଉଦବେଗ ପ୍ରକାଶ କରିଛି ଜାତୀୟ କଂଗ୍ରେସ ଦଳ। ସେହିପରି ମାଲକାନଗିରି ଜିଲ୍ଲାର ଏମଭି ୭୨ ନୋଡାଲ ସ୍କୁଲରେ ଦୁଇ ନାବାଳିକା ଛାତ୍ରୀଙ୍କ ମୃତ୍ୟୁ ଘଟଣାର ମଧ୍ୟ ସଠିକ୍ କାରଣ ଏ ପର୍ଯ୍ୟନ୍ତ ଜଣା ପଡିନାହିଁ। ଦୁଇ ଛାତ୍ରୀ ଙ୍କ ମୃତ୍ୟୁ ଶ୍ୱାସ ରୋଧ ହୋଇ ମୃତ୍ୟୁ ହୋଇଥିବାର ପ୍ରଶାସନ କହୁଥିବା ବେଳେ କଂଗ୍ରେସ କିନ୍ତୁ ଏହା ଏକ ଗଣ ଦୁଷ୍କର୍ମ ବୋଲି ଅଭିଯୋଗ କରିଛି। ଏହି ଘଟଣାକୁ ଚାପାଇବା ପାଇଁ ଅନ୍ୟ ଦେଶରୁ ଗ୍ରାମ ବାସୀଙ୍କୁ ଧମକ ଦିଆଯାଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ତେଣୁ ଏପରି ଅବ୍ୟବସ୍ତା ଓ ନାରୀ ସୁରକ୍ଷା ପାଇଁ ଆସନ୍ତା ମାର୍ଚ୍ଚ ୨୭ ତାରିଖ ଦିନ ରାଜ୍ୟ ବିଧାନ ସଭା ଘେରାଉ କରିବା ପାଇଁ କଂଗ୍ରେସ ନିଷ୍ପତି ନେଇଛି। ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର ଅଧ୍ୟକ୍ଷତା କରିଥିବା ବେଳେ କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ଶଗଡ଼ିଆ, ମାଲକାନଗିରି ଜିଲ୍ଲା ଦାୟୀତ୍ଵରେ ଥିବା ପର୍ଯ୍ୟବେକ୍ଷକ ଦ୍ବାରିକା ମହାପାତ୍ର, କଂଗ୍ରେସ ନେତା ମାଲା ମାଡ଼ି, ଜି ଶ୍ରୀନିବାସ ରାଓ, ସରୋଜ ପାତ୍ର, ପ୍ରାଣ କୃଷ୍ଣ ମଣ୍ଡଳ, ଭିମା ୱାରସେ, ପଦ୍ମ ପାଙ୍ଗି, କେଶୁ ରାଓ, ପର୍ଶୁରାମ ଭକ୍ତ ପ୍ରମୁଖ କଂଗ୍ରେସ ନେତ୍ରୁ ବର୍ଗ ଉପସ୍ଥିତ ରହିଥିଲେ।

nis-ad
Leave A Reply

Your email address will not be published.