ମାଲକାନଗିରି : ଟିପର ସହିତ ବାଇକ ଧକ୍କା ହୋଇ ଦୁର୍ଘଟଣାରେ ଭାଇ ଭଉଣୀ ଆହତ, ଦୁର୍ଘଟଣା ଘଟାଇଥିବା ଗାଡି ଚାଳକ ଥାନାରେ ଆତ୍ମ ସମର୍ପଣ କରିଛି। ସୂଚନା ଅନୁଯାୟୀ ମାଲକାନଗିରି ଜୟପୁର ୩୨୬ନମ୍ବର ଜାତୀୟ ରାଜପଥ ମାଲକାନଗିରି ସିନ୍ଦ୍ରିମାଳ ପଞ୍ଚାୟତ ବନ୍ଧଗୁଡା ବୁଲାଣି ନିକଟରେ ଏକ ଟିପରକୁ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣା ଘଟିଥିଲା। ତେବେ ଏହି ଦୁର୍ଘଟଣାରେ ବାଇକରେ ଚଳାଉଥିବା ଉଡୁପା ଗ୍ରାମର ଜଗନ୍ନାଥ କବାସୀ ଓ ବଇକରେ ବସିଥିବା ତାଙ୍କ ଭଉଣୀ ହୀରାମଣି କବାସୀ ଗୁରୁତ୍ତର ଆହତ ହୋଇଥିଲେ। ତୁରନ୍ତ ଟିପର ଚାଳକ ଓ ସ୍ଥାନୀୟ ଗ୍ରାମବାସୀ ଆହତ ଦୁଇଜଣଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇ ଥିବା ବେଳେ ଟିପର ଚାଳକ ନିଜେ ମାଲକାନଗିରି ଆଦର୍ଶ ଥାନରେ ଆତ୍ମସମର୍ପଣ କରିଛି। ଘଟଣା ସ୍ଥଳରେ ପୁଲିସ ପହଁଚି ଏସମ୍ପର୍କରେ ତଦନ୍ତ ଚଲାଇଛି।
