ଦୈନିକ ବଜାରର ଚାହା ଦୋକାନୀଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ
ମାଲକାନଗିରି : ମାଲକାନଗିରିର ଦୈନିକ ବଜାରର ଚାହା ଦୋକାନୀ ହୋଲି ସମୟରେ ଗାଧୋଇବା ସମୟରେ ଅସୁସ୍ଥ ହୋଇପଡିଥିଲେ । ଚିକିତ୍ସା ଧୀନ ଯୁବକଙ୍କୁ ଭୁବନେଶ୍ବର ସମ ହସ୍ପିଟାଲରେ ଭେଟି ପରିବାରଙ୍କୁ ସହାୟତା ପାଇଁ ହାତ ବଢ଼ାଇଛନ୍ତି ମାଲକାନଗିରି ବିଧାୟକ ନରସିଂହ ମାଡକାମୀ । ଯୁବକ ଜଣକ ସ୍ଥାନୀୟ ସଦର ଆଶ୍ରିବାଦ କଲୋନୀର ଯୁବକ ଚିତ୍ରସେନ ପଲେଇ ସେ ଗାଧୋଇବା ସମୟରେ ଗୁରୁତର ହୋଇ ସଦର ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କ ଅବସ୍ତା ଗୁରୁତ୍ତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ସମ ହସ୍ପିଟାଲକୁ ପଠା ଯାଇଥିଲା। ତେବେ ସେଠାରେ ଚିତ୍ରଙ୍କ ଚିକିତ୍ସା ଜାରି ରହିଥିବା ବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ତାଙ୍କର ସଫଳ ଅସ୍ତ୍ରପୋଚାର ହୋଇଛି। ହେଲେ ଚିତ୍ରଙ୍କୁ ଆହୁରି କିଛିଦିନ ସେଠାରେ ଚିକିତ୍ସା ହେବାକୁ ଡାକ୍ତର ପରମର୍ଶ ଦେଇଥିବା ବେଳେ ତାଙ୍କ ନିକଟରେ ଅର୍ଥଭାବ ଥିବାରୁ ପରିବାର ଲୋକେ ଚିନ୍ତିତ ହୋଇପଡିଥିଲେ। ଏପରି ସମୟରେ ଖବର ପାଇ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ପ୍ରମୁଖ ତାଙ୍କ ନିକଟରେ ପହଞ୍ଚି ସହାୟତା ପାଇଁ ଆଶ୍ଵାସନ ଦେଇଛନ୍ତି। ଏହା ସହ ଶ୍ରୀ ମାଡକାମୀ ଚିତ୍ରଙ୍କୁ ସହୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟି ସିଏମ ରିଲିଫ ପାଣ୍ଠିରୁ ସାହାଯ୍ୟ ଯୋଗାଇବାକୁ ଆଲୋଚନା କରିଛନ୍ତି। ସୂଚନା ଥାଉକି ଚିତ୍ର ଜଣେ ଚାହା ଦୋକାନୀ ହୋଇଥିବା ବେଳେ ସ୍ୱଳ୍ପ ରୋଜଗାର ମଧ୍ୟରେ ସେ ନିଜର ପରିବାର ଚଳଉ ଥିଲେ। ଏହି ଦୁର୍ଘଟଣା ତାଙ୍କ ପାଇଁ ଅନେକ ସମସ୍ୟା ଅନିଦେଇଥିବା ବେଳେ ତାଙ୍କୁ ବିଭିନ୍ନ ସଙ୍ଗଠନ ସହାୟତାର ହାତ ବଢାଇବାକୁ ଆଗକୁ ଆସିଛି।
