କୌଣସି ଅନୁତାପ ନାହିଁ; ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ ପରେ ବି କ୍ଷମା ମାଗିଲେନି କୁନାଲ

add-all

ମୁମ୍ବାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପରେ ମନ୍ତବ୍ୟ ଦେଇ ବିବାଦରେ ଅଛନ୍ତି ହାସ୍ୟ ଅଭିନେତା କୁନାଲ କାମରା। ତାଙ୍କ ସୋ’ରେ କୁନାଲ ବଲିଉଡ୍ ଫିଲ୍ମ ‘ଦିଲ୍ ତୋ ପାଗଲ୍ ହେ’ ଗୀତର ଏକ ନକଲ କରିଥିଲେ, ଯେଉଁଥିରେ ସେ ସିନ୍ଦେଙ୍କୁ ଦେଶଦ୍ରୋହୀ ବୋଲି କହିଥିଲେ। ତାଙ୍କର ଏହି କମେଡିକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ତାଙ୍କୁ କ୍ଷମା ମାଗିବା ପାଇଁ କହିଥିବା ବ‌େଳେ ଏବେ କ୍ଷମା ମାଗିବି ନାହିଁ ବୋଲି କହିଛନ୍ତି କୁନାଲ।

ହାସ୍ୟ ଅଭିନେତା କୁନାଲ କାମରା ପୁଲିସକୁ କହିଛନ୍ତି ଯେ, ସେ ତାଙ୍କର ‘ଦେଶଦ୍ରୋହୀ’ କିମ୍ବା ‘ବିଶ୍ବାସଘାତକ’ ମନ୍ତବ୍ୟ ପାଇଁ ଅନୁତାପ କରନ୍ତି ନାହିଁ। କୋର୍ଟ କହିଲେ ହିଁ ମୁଁ କ୍ଷମା ମାଗିବି ବୋଲି ସେ ପୁଲିସକୁ ସ୍ପଷ୍ଟ କରିଛନ୍ତି। ଏହା ସହ ବିରୋଧୀଙ୍କଠାରୁ ଟଙ୍କା ନେଇ ସେ ଏଭଳି କହିଥିବା ଦାବିକୁ ମଧ୍ୟ ଖଣ୍ଡନ କରିଛନ୍ତି। ତାଙ୍କ କହିବା ମୁତାବକ, କିଛି ନେତା ଦାବି କରୁଛନ୍ତି ଯେ, ମୁଁ ବିରୋଧୀଙ୍କଠାରୁ ଟଙ୍କା ନେଇ ସିନ୍ଦେଙ୍କୁ ଏଭଳି କହିଛି। ହେଲେ ଏହା ମିଛ। ପୁଲିସ ଚାହିଁଲେ ମୋ ବ୍ୟାଙ୍କ ଆକାଉଣ୍ଟ ଚେକ୍ କରିପାରିବ।

ତେବେ ଦେବେନ୍ଦ୍ର ଫଡନାଭିସ୍ ସୋମବାର କହିଥିଲେ ଯେ, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପରେ ମନ୍ତବ୍ୟ ଦେବା ପାଇଁ ହାସ୍ୟ ଅଭିନେତା କୁନାଲ କାମରାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। କାମରା ତାଙ୍କ ଅପମ‌ାନ ପାଇଁ କ୍ଷମା ପ୍ରାର୍ଥନା କରିବା ଉଚିତ। ଏକନାଥ ସିନ୍ଦେଜୀଙ୍କୁ ଅପମାନିତ କରାଯାଇଛି। ଏହାକୁ ବରଦାସ୍ତ କରାଯିବ ନାହିଁ। ନିର୍ବାଚନ ପ୍ରମାଣିତ କରିଛି ଯେ ବିଶ୍ୱାସଘାତକ କିଏ। କୌଣସି ଷ୍ଟାଣ୍ଡ-ଅପ୍ କମେଡିଆନଙ୍କୁ ଏତେ ବଡ଼ ନେତାଙ୍କୁ ଦେଶଦ୍ରୋହୀ କହିବାର ଅଧିକାର ରହିବା ଉଚିତ୍ ନୁହେଁ। ଯଦିଓ ସେମାନଙ୍କର ଥଟ୍ଟା କରିବାର ଅଧିକାର ଅଛି, ଯଦି କେହି ଜାଣିଶୁଣି ଏହି ଉପାୟରେ ବଡ଼ ନେତାମାନଙ୍କୁ ଅପମାନିତ କରନ୍ତି କିମ୍ବା ବଦନାମ କରନ୍ତି, ତେବେ ଏହାକୁ ବରଦାସ୍ତ କରାଯିବ ନାହିଁ ଏବଂ ଆଇନ ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ସେ ଆହୁରି କହିଛନ୍ତି ଯେ, “କୁନାଲ କାମରା ଯେପରି ସମ୍ବିଧାନର କପି ସହିତ ଟ୍ୱିଟ୍ କରୁଛନ୍ତି, ଏହା ରାହୁଲ ଗାନ୍ଧୀ ସମ୍ବିଧାନ ସହିତ ଯାହା କରିଥିଲେ ତାହା ସହିତ ସମାନ। ସମ୍ବିଧାନ ନାମରେ କେହି ଏପରି ମନ୍ତବ୍ୟ ଦେଇପାରିବେ ନାହିଁ।”

ad-week
Leave A Reply

Your email address will not be published.