ସହୀଦ ଭଗତ ସିଂ ଦିବସ ପାଳିତ

add-all

ହିଞ୍ଜିଳିକାଟୁ : ସୋମବାର କ୍ରାନ୍ତିକାରୀ ବିପ୍ଳବୀ ସହିଦ ଭଗତ ସିଂଙ୍କ ସହିଦ ଦିବସ ଏଆଇଡିୟ୍ଯାଈଓ ପକ୍ଷରୁ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବସ ଟର୍ମୀନାଲ ପରିସରରେ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ଆଞ୍ଚଳିକ କମିଟି ସମ୍ପାଦକ ନାରାୟଣ ସାହୁ ଙ୍କ ନେତୃତ୍ୱରେ ଶତାଧିକ ଯୁବକ ପ୍ରାତଃରେ ଏକ ଶୋଭାଯାତ୍ରାରେ ଆସି ଏକ ସାଧାରଣ ସଭା କରିଥିଲେ। । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଏସୟୂସିଆଇ କମୁନିଷ୍ଟ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ବିଷ୍ଣୁ ଦାସ , ମୁଖ୍ୟବକ୍ତା ଭାବେ ଜିଲ୍ଲା ସମ୍ପାଦକ ସୋମନାଥ ବେହେରା, ଏଆଇଡିୟ୍ଯାଈଓ ସଂଗଠକ ଅନିଲ କୁମାର ସାହୁ ମଞ୍ଚାସିନ ଥିଲେ । ପରାଧୀନ ଭାରତବର୍ଷରେ ଦେଶମାତୃକା ପାଇଁ ସହିଦ ଏ ଆଜମ ଭଗତ ସିଂଙ୍କ ଅମର ବଳିଦାନର ସ୍ମୃତିଚାରଣ କରିଥିଲେ। ଯେଉଁଦିନ ବର୍ତମାନର ଯୁବକମାନେ ଭାରତବର୍ଷକୁ ଏକ ରାମରାଜ୍ୟରେ ପରିଣତ କରିବା ଦିଗରେ ଆଗେଇ ଆସିବେ, ସେହିଦିନ ଦେଶମାତୃକା ପାଇଁ ଜୀବନ ଦେଇଥିବା ସହିଦମାନଙ୍କ ବଳିଦାନ ସାର୍ଥକ ହେବ ବୋଲି କହିଥିଲେ। ଶେଷରେ ସଂଗଠନ ଦ୍ଵାରା ସହିଦ ଭଗତସିଂଙ୍କ ଉପରେ ଏକ ନାକଟ ମଞ୍ଚସ୍ଥ କରିଥିଲେ ‌।

ad-week
Leave A Reply

Your email address will not be published.