ସାଧାରଣ ଲୋକଙ୍କ ଦାଉ ସାଧୁଛି ସ୍ମାର୍ଟ ମିଟର : ବିଲ ଦେଖି ଲୋକେ ଛାନିଆ… !

ବ୍ରହ୍ମପୁର : ଡବଲ ଇଞ୍ଜିନ ସରକାର ଆସିବା ପରେ ଲୋକଙ୍କ ଦୁଃଖ ଡ଼ବଲ ହୋଇଯାଇଛି। ଟାଟା ପାୱାର ପକ୍ଷରୁ ସ୍ମାର୍ଟ ମିଟର ସଂଯୋଗ କରିବା ପାଇଁ ଜିଲ୍ଲାରେ ବାଦ ବିବାଦ ଲାଗି ରହୁଛି। କେତେକ ସ୍ଥାନରେ ସ୍ମାର୍ଟ ମିଟର ଟାଟା ପାୱାର ପକ୍ଷରୁ ଗୃହ ଗୁଡ଼ିକରେ ସଂଯୋଗ କରାଯାଇଛି। ସ୍ମାର୍ଟ ମିଟର ସଂଯୋଗ ପରେ ବିଦ୍ୟୁତ ଗ୍ରାହକ ମାନଙ୍କ ଚୁଟି ଟାଟା ପାୱାର ହାତକୁ ଚାଲିଯାଉଥିବା ଚର୍ଚ୍ଚା ହେଉଛି। ତାହାର ନଗ୍ନ ନମୁନା ଏବେ ଗରିବ ଶ୍ରେଣୀର ବିଦ୍ୟୁତ ଗ୍ରହକଙ୍କ ଗୃହରେ ଦେଖିବାକୁ ମିଳୁଛି। ମାତ୍ର ଦୁଇ ହଜାର ଟଙ୍କା ବକେୟା ଥିବା ସ୍ମାର୍ଟ ମିଟର ସଂଯୋଗ ହୋଇଥିବା ଗ୍ରାହକଙ୍କ ବିଦ୍ୟୁତ ବିଚ୍ଛିନ୍ନ କରାଯାଉଛି। ପଚାରିଲେ ଉତ୍ତର ମିଳୁଛି ମାର୍ଚ୍ଚ ମାସ ବୋଲି। ଏପଟେ ଅସହାୟ ତାତି ସାଙ୍ଗକୁ ଗୁଳୁଗୁଳି ତାପରେ ଅଘୋଷିତ ବିଦ୍ୟୁତ କାଟ।ବକେୟା ଥିବା ସ୍ୱଳ୍ପ ଟଙ୍କା ଓ ପ୍ରତି ମାସରେ ନିୟମିତ ଅସୁଥୁବା ବିଦ୍ୟୁତ ବିଲ ପୈଠ କରୁଥିଲେ ବି ପୂର୍ବ ବକେୟା ଦର୍ଶାଇ ବିଦ୍ୟୁତ ବିଚ୍ଛିନ୍ନ ଲରାଯାଉଛି। ଗରିବ ଶ୍ରେଣୀର ଲୋକେ ସ୍ମାର୍ଟ ମିଟର ସଂଯୋଗ ର ଦୁଃଖ ସହି ବାକି କରଜ କରି ଟଙ୍କା ପୈଠ କରିଲେ ବିଦ୍ୟୁତ ପୁଣି ସଂଯୋଗ କରାଯାଉଛି। ସ୍ମାଟ ମିଟର ର କମାଲକେବଳ ଗରିବ ଲୋକଙ୍କ ପାଇଁ।ଧନୀକ ଶ୍ରେଣୀର ଲୋକେ ଲକ୍ଷ ଲକ୍ଷ ଟଙ୍କା ବିଦ୍ୟୁତ ବକେୟା ଥିଲେବି ବାବୁ ମାନଙ୍କ ଘରେ ଶୀତତାପ ନିୟନ୍ତ୍ରଣ ର ସୁବିଧା ଉପଲବ୍ଧ ହେଉଛି। ଟାଟା ପାୱାର ସ୍ମାର୍ଟ ମିଟର ସଂଯୋଗ କରି ଗ୍ରାହକ ମାନଙ୍କ ଚୁଟି ଧରିବସିଥିବା ଲୋକେ କହୁଛନ୍ତି।

nis-ad
Leave A Reply

Your email address will not be published.