୩୬ ଗୋଟି ଅଭିଯୋଗର ଶୁଣାଣି କରିଲେ ଜିଲ୍ଲାପାଳ

add-all

ରାଇକିଆ : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ କାର୍ଯ୍ୟାଳୟ ସଭାଗୃହ ଠାରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଜନସାଧାରଣଙ୍କ ଅଭିଯୋଗର ମିଳିତ ଶୁଣାଣି କରିଛନ୍ତି । ଏହି ଶୁଣାଣି କାର୍ଯ୍ୟକ୍ରମ ଅବସରରେ ବ୍ୟକ୍ତିଗତ ୧୯ ଗୋଟି ଏବଂ ସାମୁହିକ ୧୭ ଗୋଟି ଏହିଭଳି ଭାବେ ସର୍ବମୋଟ ୩୬ ଗୋଟି ଅଭିଯୋଗର ଶୁଣାଣି କରି ସମାଧାନ ତଥା କାର୍ଯ୍ୟକାରିତା ନିମନ୍ତେ ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶମାନ ଦେଇଥିଲେ । ମୁଖ୍ୟତଃ ପାନୀୟ ଜଳ ସମସ୍ୟା(ବସୁଧା ପାଣି,ସୋଲାର ବୋରିଙ୍ଗ,ନଳକୂପ ଖନନ) ସରକାରଙ୍କ ଠାରୁ ପ୍ରାପ୍ତ ୧୬ ଆର ଜମିର ଡିମାରକେଶନ, ଘରପୋଡି ସହାୟତା, ଖାଦ୍ୟ ସୁରକ୍ଷା କାର୍ଡ , ରିହାବିଲିଟେସନରେ ଚାକିରି ପ୍ରଦାନ ସମ୍ପର୍କୀତ ଅଭିଯୋଗ ମାନ ରହିଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସମେତ ବାଲିଗୁଡା ଉପ ଜିଲ୍ଲାପାଳ ରିନା ପ୍ରଧାନ , କନ୍ଧମାଳ ଆରକ୍ଷୀ ଅଧିକ୍ଷକ ହରିଶ ବି.ସି, ଜିଲ୍ଲାପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ରାଇକିଆ ଗୋଷ୍ଠୀ ଉନନୟନ ଅଧିକାରୀ ସବ୍ୟସାଚୀ ସାହୁ, ରାଇକିଆ ତହସିଲଦାର ବରିଆଲ ମୁର୍ମୁ ଏବଂ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.