ନବରଙ୍ଗପୁରଠାରେ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ

add-all

ନବରଙ୍ଗପୁର : ଆଜି ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ ଗୃହରେ ଜିଲ୍ଲା ମୂଖ୍ୟ ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ଃ ନବ କିଶୋର ବେହେରାଙ୍କ ଅଧ୍ୟକ୍ଷତାରେ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି। ଆସନ୍ତା ୨୦୩୦ ସୁଦ୍ଧା ଦେଶକୁ ଯକ୍ଷ୍ମା ମୁକ୍ତ ଭାରତବର୍ଷ ରୂପେ ଦେଖିବାକୁ ଆମ ସମସ୍ତଙ୍କ ମିଳିତ ଦାୟିତ୍ଵ ରହିଛି ବୋଲି ସଭାରେ ମତ ପ୍ରକାଶ ପାଇଥିଲା।ସଭାରେ ଅନ୍ୟମାନଂକ ମଧ୍ୟରେ ଏ.ଡି.ପି ଏଚ.ଓ ( ଏଫ୍ ଡବ୍ଲୁ) ଡ଼ଃ ମଳୟ ତ୍ରିପାଠୀ, ଏ ଡି ପି ଏଚ ଓ ( ଟିବି) ଡ଼ଃ ସୁକାନ୍ତ ଶତପଥୀ, ଡି ଆଇ ପି ଆର୍ ଓ ମନୋଜ ବେହେରା, ଏ ଡି ଡବ୍ଲୁ ଓ ଭାରତ ଚନ୍ଦ୍ର ସାହୁ ଙ୍କ ସମେତ ଶିକ୍ଷା ବିଭାଗ ଅଧିକାରୀ,ସମାଜ କଲ୍ୟାଣ ବିଭାଗ ଅଧିକାରୀ,ବିଦ୍ୟା ନିକେତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଓ ଛାତ୍ର ଛାତ୍ରୀ,ନର୍ସିଂ କଲେଜ ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।ଯକ୍ଷ୍ମା ଏକ ବାୟୁ ବାହିତ ସଂକ୍ରାମକ ରୋଗ ଏବଂ ଏହାର କାରଣ,ନିରାକରଣ, ଚିକିତ୍ସା, ପ୍ରତିରୋଧ ପାଇଁ ପ୍ରଚାର ଉପରେ ଉପସ୍ଥିତ ଡାକ୍ତରମାନେ ସବିଶେଷ ଆଲୋଚନା କରିଥିଲେ।

ଚଳିତ ବର୍ଷର ଯକ୍ଷ୍ମା ନିରାକରଣ ନିମନ୍ତେ ” ପ୍ରତିବଦ୍ଧତା, ନିବେଶ ଓ ସଫଳ କାର୍ଯ୍ୟାନୁଷ୍ଠାନ ଦ୍ଵାରା ଯକ୍ଷ୍ମା ର ଅନ୍ତ କରିବା”ସନ୍ଦେଶ ରହିଛି।ଏହି ରୋଗ ହେଲେ ଅଣ ଦେଖା ନ କରି ଡାକ୍ତର ଖାନା ରେ ମାଗଣା ରେ ମିଳୁଥିବା ଔଷଧ ସେବନ ଓ ପୃଷ୍ଟିସାରଯୁକ୍ତ ଖାଦ୍ୟ ଗ୍ରହଣ କରିବାକୁ ଡି ପି ଏ ଚ ଓ ଡ ବେହେରା କହିଥିଲେ। ଗ୍ରାମ,ପଞ୍ଚାୟତ ସ୍ତର,ବ୍ଲକ୍ ଏବଂ ସହର ରେ ଏହି ଯକ୍ଷ୍ମା ରୋଗର ସମୁଳେ ବିନାଶ ପାଇଁ ବ୍ୟାପକ ପ୍ରସ୍ତୁତି,ସ୍ବାସ୍ଥ୍ୟ କେନ୍ଦ୍ରରେ ଔଷଧ ମହଜୁଦ, ଔଷଧ ସେବନ,ବୀ ସି ଜି ଟୀକାକରଣ,ବାୟୁ ଚଳାଚଳ କୋଠରୀରେ ରହିବାବ୍ୟବସ୍ଥା , ପୃଷ୍ଟିକର ଖାଦ୍ୟ ଗ୍ରହଣ,ବିଶେଷ ପ୍ରଚାର ଓ ସଚେତନତାକୁ ଗୁରୁତ୍ବ ଦେବାକୁ ଅତିଥି ମାନେ କହିଥିଲେ।ଏହି ଅବସରରେ ଯକ୍ଷ୍ମା ଦିବସ ଉପରେ ବକ୍ତୃତା ଓ କୁଇଜ୍ ପ୍ରତିଯୋଗିତାର ଉତ୍ତୀର୍ଣ୍ଣ ପ୍ରତିଯୋଗୀଙ୍କୁ ପୁରସ୍କାର ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଏ ଡି ପି ଏଚ ଓ ( ଯୋଗାଯୋଗ) ରାମହରି ପଣ୍ଡା ସଭାର ସଂଯୋଜନା କରିଥିଲେ ।

ad-week
Leave A Reply

Your email address will not be published.