କଂଗ୍ରେସର ବିଧାନସଭା ଘେରାଉ ପାଇଁ ଆସିକାରେ ଖବରଦାତା ସମ୍ମିଳନୀ

ବ୍ରହ୍ମପୁର : ନାରୀଙ୍କୁ ସୁରକ୍ଷା ପ୍ରସଙ୍ଗ ନେଇ କଂଗ୍ରେସ ପକ୍ଷରୁ ଆସନ୍ତା ୨୭ ତାରିଖରେ ହେବାକୁ ଥିବା ବିଧାନସଭା ଘେରାଉ କୁ ନେଇ ଗଞ୍ଜାମ ଜିଲ୍ଲା ଆସିକା କଂଗ୍ରେସ କାର୍ଯ୍ୟାଳୟ ଠାରେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ସାମ୍ବାଦିକ ସମ୍ମିଳନୀ ରେ କଂଗ୍ରେସ ଜିଲ୍ଲା ମୁଖପାତ୍ର ସୋନାଲି ସାହୁ ରାଜ୍ୟ ବିଜେପିକୁ ଟାର୍ଗେଟ କରି କହିଛନ୍ତି, ବିଜେପି ସରକାର ଆସିବା ପର ଠାରୁ ରାଜ୍ୟରେ ମହିଳା ମାନେ ସୁରକ୍ଷିତ ନୁହନ୍ତି। ପ୍ରତ୍ୟେକ ଦିନ ରାଜ୍ୟରେ ୧୨ ରୁ ଉର୍ଦ୍ଧ୍ବ ମହିଳାଙ୍କ ପ୍ରତି ଦୁଷ୍କର୍ମ ହେଉଛି। ୯ମାସର ବିଜେପି ସରକାର ରେ ପାଖା ପାଖି ୫୭ ଜଣ ନାବାଳିକ ମାଆ ହେଲେଣି l କୋଡ଼ିଏ ହଜାର ରୁ ଉର୍ଦ୍ଧ୍ବ ମହିଳା ନିର୍ଯ୍ୟାତନା ମାମଲା ଥାନା ରେ ରୁଜୁ ହୋଇଛି l ୧୮ ଶହ ମହିଳାଙ୍କ ଉପରେ ହିଂସା ହେଇଛି l ସୁଭଦ୍ରା ଯୋଜନାର ନାଆଁରେ ମହିଳାଙ୍କୁ ସଶକ୍ତି କରଣର ଡିଣ୍ଡିମ ପିଟୁଥିବା ସରକାର ମାସକୁ ୮ଶହ ୩୩ ଟଙ୍କାରେ ଭଣ୍ଡାଉ ଥିବା ସରକାର କେମିତି ଦେଖି ପାରୁନାହାଁନ୍ତି ପ୍ରକୃତ ସୁଭଦ୍ରା ମାନେ ଓଡ଼ିଶାରେ କେଉଁ ଭଳି ଅବସ୍ଥାରେ ଅଛନ୍ତି l ସେମାନଙ୍କ ପ୍ରତି ହେଉଥିବା ହିଂସା, ବଳାତ୍କାର ଓ ଦୁଷ୍କର୍ମକୁ ନେଇ କଂଗ୍ରେସ ବିଧାନସଭାରେ ଆଲୋଚନା ପାଇଁ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିଥିଲା l କିନ୍ତୁ ବିଜେପି ସରକାର ନାରୀ ମାନଙ୍କ ସୁରକ୍ଷା ଉପରେ ଆଲୋଚନା କରିବା ପରିବର୍ତ୍ତେ କଂଗ୍ରେସର ଜଣେ ବରିଷ୍ଠ ବିଧାୟକଙ୍କ କୁ ବିଧାନସଭା ଗୃହରୁ ନିଲମ୍ବନ କରିବା ଏକ ଲଜ୍ଜ୍ୟା ଜଣକ ଘଟଣା l ବିଶେଷ କରି ମହିଳା ମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧରେ କରି ଆଗାମୀ ୨୭ ତାରିଖରେ କଂଗ୍ରେସ ବିଧାନସଭା ଘେରାଉ କରିବ l ଏହି ସାମ୍ବାଦିକ ସମ୍ମିଳନୀ ରେ କଂଗ୍ରେସ ପଶ୍ଚିମ ଭାଗ ସଭାପତି ରବୀନ୍ଦ୍ର ନାଥ ଶର୍ମା, କଂଗ୍ରେସ ପର୍ଯ୍ୟବେକ୍ଷକ ବିଜୟ ପ୍ରଧାନ,ଆସିକା ସାଂସଦ ପ୍ରାର୍ଥୀ ଦେବକାନ୍ତ ଶର୍ମା,ଭଞ୍ଜନଗର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବିଷୋୟୀ, କବିସୂର୍ଯ୍ୟନଗର ବିଧାୟକ ପ୍ରାର୍ଥୀ ସଞ୍ଜୟ କୁମାର ମଣ୍ଡଳ, ଖଲ୍ଲିକୋଟ ବିଧାୟକ ପ୍ରାର୍ଥୀ ଚିତ୍ରସେନ ବେହେରା, ହିଞ୍ଜିଳି କାଟୁ ବିଧାୟକ ପ୍ରାର୍ଥୀ ରଜନୀ କାନ୍ତ ପାଢ଼ୀ, ମହିଳା ନେତ୍ରୀ ସୁଦୀପ୍ତା ଦାସ, ପୋଲସରା ବିଧାୟକ ପ୍ରାର୍ଥୀ ଅଗସ୍ତି ବରାଡ଼ ଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ। ଆସିକା ସାଂସଦ ପ୍ରାର୍ଥୀ ଦେବକାନ୍ତ ଶର୍ମା କଂଗ୍ରେସ ଦଳରେ ସାମିଲ ହେବା ପରେ ଦଳ ସକ୍ରିୟ ହେଉଥିବା ଲକ୍ଷକରାଯାଇଛି। ପୂର୍ବରୁ ଆସିକା ଏକ କଂଗ୍ରେସ ଗଡ଼ ରୂପେ ପରିଚିତ ଥିଲା ଏଠାରୁ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ବି ମନ୍ତ୍ରୀ ହେବାର ସୁଯୋଗ ମିଳିଥିଲା ଏହା ସାଙ୍ଗକୁ ଏଠାରୁ ଆସିକା ଅଞ୍ଚଳ ର ତିନି ଜଣଙ୍କୁ ବିଧାନସଭା ରେ ମନ୍ତ୍ରୀ ହେବାର ସୁଯୋଗ ବି ମିଳିଥିଲା। ଗଞ୍ଜାମ ଜିଲ୍ଲାରେ କଂଗ୍ରେସ ଦଳ ଏବେ ସକ୍ରିୟ ହେଉଥିବା ଦେଖିବାକୁ ମିଳୁଛି।

ad-week
Leave A Reply

Your email address will not be published.