ମାଲକାନଗିରି ବନବିଭାଗକୁ ସଫଳତା ଏମଭି ୨୩ ଗ୍ରାମରୁ ବିପୁଳ କାଠ ଜବତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଏମଭି ୨୩ ଗ୍ରାମରେ ବନ ବିଭାଗ ପକ୍ଷରୁ ବିପୁଳ କାଠ ଓ ସାମଗ୍ରୀ ଜବତ କରାଯାଇଛି। ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅଧୀନରେ ଥିବା ଏମଭି ୨୩ ଗ୍ରାମରେ ଚୋରା କାଠ ଗଛିତ ରଖି ବିଭିନ୍ନ ସାମଗ୍ରୀ କରି ବିକ୍ରୟ କରାଯାଉଥିବା ନେଇ ଖବର ପାଇ ମାଲକାନଗିରି ଖଣ୍ଡୀୟ ବନାଧିକାରୀ ପ୍ରତାପ କତାପାଲି ଙ୍କ ନିର୍ଦେଶ କ୍ରମେ ବନାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ରାଉତଙ୍କ ନେତୃତ୍ଵରେ ବନପାଳ ମନ୍ତୋଷ ଦେ, ଶୁଭଜିତ ମଣ୍ଡଲ, ଶ୍ରଦ୍ଧାଞ୍ଜଳି ମିଶ୍ର, ବନରଖି ସୁରେନ୍ଦ୍ର କୁମାର ଦିହୁଡି, ବାସନ୍ତି ମାଡ଼କାମୀ, ବଳଭଦ୍ର ସାହୁ, ସୁବୁ ସ୍ୱାଇଁ, ନିରୁପମା ବାରିକ, ଭାଗ୍ୟ ଲଷ୍ମୀ ପଟ୍ଟନାୟକ, ସସ୍ମିତା ବେହେରା, ମଧୁସ୍ମିତା ଜେନା, ସରୋଜ ସ୍ୱାଇଁ,କେ ଜୋତିମେରୀ ସ୍ୱରୂପା ରାଣୀ ପ୍ରମୁଖ ଚଢାଉ କରିଥିଲେ। ଏହି ଚଢାଉ ବେଳେ ୪୬ ଖଣ୍ଡ ସଗୁଆନ ପଟା ଓ ପିଆଶାଳ ପଟା ୧୪ଟି ସହ ଅର୍ଦ୍ଧ ନିର୍ମିତ ୨ଗୋଟି ପଲଙ୍କ ଜବତ କରାଯାଇଛି। ଏମଭି ୨୩ଗ୍ରାମ ଶ୍ରୀବାସ ବେପାରି ନାମକ ବ୍ୟକ୍ତିଙ୍କ ଘରୁ ଏହି ପଟା ଜବତ ହୋଇଥିବା ବେଳେ ଏହାର ଅନୁମାନିକ ମୂଲ୍ୟ ୧ଲକ୍ଷରୁ ଅଧିକ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅଭିଯୁକ୍ତ ଜଣଙ୍କ ଘଟଣା ସ୍ଥଳରୁ ଫେରାର ଥିବା ବେଳେ ବନ ବିଭାଗ ପକ୍ଷରୁ ଘଟଣାର ତଦନତ ଜାରି ରହିଛି।

nis-ad
Leave A Reply

Your email address will not be published.