ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ମେଲାଣି ମହୋତ୍ସବ

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୂଲ୍ୟରେ +୩ ଅନ୍ତିମ ବର୍ଷ ଛାତ୍ରଛାତ୍ରୀଙ୍କୁ ପ୍ରଥମ ଓ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀ ମାନେ ମେଲାଣି ଜଣାଇଛନ୍ତି। ଏହି ମହୋତ୍ସବ ରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବିଭାଗ ମୁଖ୍ୟ ଡ଼.ବିଭୂତି ଭୂଷଣ ଆଚାର୍ଯ୍ୟ ଏବଂ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ରୂପେଶ କୁମାର ତ୍ରିପାଠୀ, ଅଧ୍ୟାପିକା ସ୍ନେହଲତା ମାଝୀ, ସୁଲୋଚନା କହଁର ପ୍ରମୁଖ ଉପସ୍ଥିତ ରହି ଆଦର୍ଶ ଛାତ୍ର ଜୀବନର ମୂଳମନ୍ତ୍ର ବଖାଣି ଥିଲେ। ସୀମାଞ୍ଚଳ ହଂସ ଓ ଜ୍ୟୋତି ରାଣୀ ସ୍ଵାଇଁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସରସ ସୁନ୍ଦର ହୋଇ ପାରିଥିଲା। ଏଥିରେ ମାମାଲି ପାତ୍ର, ସୁପ୍ରଭା ତ୍ରିପାଠୀ, ବଳରାମ ପଣ୍ଡା, ଜ୍ୟୋସ୍ନା ରାଣୀ ମଲ୍ଲିକ, ଯାଜ୍ଞସେନୀ ମଲ୍ଲିକ, ବିଜ୍ଞାନୀ, ବୁଲୁ, ବର୍ଷା ପ୍ରମୁଖ ଛାତ୍ର ଛାତ୍ରୀ ଉପସ୍ଥିତ ରହି ବିଦାୟ କାଳୀନ ସଙ୍ଗୀତ ଗାନ କରି ମେଲାଣି ମାଗୁଣି ରଖିଥିଲେ।

ad-week
Leave A Reply

Your email address will not be published.