ମାଲକାନଗିରି : କାଲିମେଳା ବନାଞ୍ଚଳ ସଭାକକ୍ଷ ଠାରେ କାଲିମେଲା ଓ ମୋଟୁ ବନାଞ୍ଚଳର ବନ ସୁରକ୍ଷା ସମିତି ସଭ୍ୟଙ୍କୁ ନେଇ ଜିଆଖତ ଚାଷ ଓ ଏହାର ଲାଭକୁ ନେଇ ଏକ ବୈଠକର ଆୟୋଜିତ ହୋଇଥିଲା । ଭୁବନେଶ୍ୱର ରୁ ଆସିଥିବା ଗ୍ରାମୀଣ ଉପ୍ତାଦନ ବ୍ୟବସାୟିକ ସଂସ୍ଥାର ନିର୍ଦେଶକ ଶ୍ରୀ ପ୍ରଫୁଲ୍ଲ ବିଷୋୟୀ ଙ୍କ ତତ୍ୱାବଧାନରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ କିଭଳି ମାତ୍ର ୪ହଜାର ଟଙ୍କା ବିନିଯୋଗ ରେ ୪୦ହଜାର ଟଙ୍କା ବାର୍ଷିକ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ରୋଜଗାର କରି ଆତ୍ମନିର୍ଭରଶୀଳ ହୋଇପାରିବେ ସେ ବିଷୟରେ ପ୍ରଶିକ୍ଷଣ ଦେଇ ଥିଲେ । ଆବର୍ଜନା ଓ ଗୋବର ରୁ ଜିଆଖତ ପ୍ରସ୍ତୁତି ପ୍ରଣାଳୀ ବାବଦରେ କହିବା ସହ ଜିଆଖତ ଗୁଡିକ ଜମିର ଉର୍ବରତା ବଢା ବାରେ ସହାୟକ ହୋଇପାରିବ । ଅନ୍ୟ ପକ୍ଷରେ ରାସାୟନିକ ସାର ବ୍ୟବହାର କୁ ପରିଣାମ ଓ ଏହା ଦ୍ବାରା ଶରୀର ରେ ହେଉଥିବା ବିଭିନ୍ନ ରୋଗ ଓ ସଂକ୍ରମଣ ବାବଦରେ ବୁଝାଇ ଥିଲେ । ଜିଆଖତ ଅମଳ ପରେ ସେଗୁଡ଼ିକ ଏଜେନ୍ସି ମାଧ୍ୟମରେ ବିକ୍ରି କରିବା ପାଇଁ ସୁବିଧା ସମ୍ପର୍କରେ ସେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ଅବଗତ କରାଇଥିଲେ । ଆଜିର ଏହି ପ୍ରଶିକ୍ଷଣ ଯୋଗଦେଇଥିବା ୪୦ରୁ ଉର୍ଦ୍ଧ୍ବ ସ୍ୱୟଂ ସହାୟକ ଗୋଷ୍ଠୀ ସଭ୍ୟଙ୍କୁ ଜିଆଖତ ପ୍ରସ୍ତୁତି ପାଇଁ ଆବଶ୍ୟକ କିଟବ୍ୟାଗ ବଣ୍ଟନ କରାଯାଇଥିଲା । ଆଜିର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ କୁ କାଲିମେଲା ବନପାଳ ମୃତୁଞ୍ଜୟ ସେଠି ପରିଚାଳନା କରିଥିଲେ । ଅନ୍ୟା ମାନଙ୍କ ମଧ୍ୟରେ ବନାଞ୍ଚଳ ଅଧିକାରୀ ବିଜୟ ନାୟକ ସମେତ କାଲିମେଳା ଓ ମୋଟୁ ବନାଞ୍ଚଳର ବହୁ ବନପାଳ ଓ ବନରଖି ଉପସ୍ଥିତ ରହିଥିବା ବେଳେ ସହଯୋଗୀ ଏନଜିଓ ସୃଷ୍ଟି ର କର୍ମକର୍ତା ଟିମ ଲିଡ଼ର ବି ଶ୍ରୀନିବାସ ପାତ୍ର ,ମୋଟୁ ଟିମ ଲିଡ଼ର ଅଭିମନ୍ୟୁ ନାୟକ, ଡିଇଓ ସୁବ୍ରତ ସ୍ୱାଇଁ,ଏନ ରବିକୁମାର ଓ ପଲାସ ବିଶ୍ଵାସ ଉପସ୍ଥିତ ରହିଥିଲେ ।
