ଆସିକା ପଣ୍ୟାଗାର କର୍ମଚାରୀଙ୍କୁ ମାଡ଼ ମାରିବା ଘଟଣା : ଦୁଇ ମିଲର ରାଜନେତାଙ୍କ ଶରଣରେ …!
ପ୍ରଶାସନ ର ନୀରବତା କୁ ନେଇ ଉଠୁଛି ଅନେକ ପ୍ରଶ୍ନ…???
ଚାପୁଡ଼ା ଖାଇଥିବା କର୍ମଚାରୀ ଙ୍କୁ ବଦଳୀ ପାଇଁ ଚାଲଛି ସଲା ସୁତୁରା..

ବ୍ରହ୍ମପୁର: ଆସିକା ପଣ୍ୟାଗା ର କର୍ମଚାରୀ ଙ୍କୁ ବିନା ଯାଞ୍ଜ ମିଲରୁ ଆସିଥିବା ଚାଉଳ ରଖିବାକୁ କୁଆଡ଼େ ବାଧ୍ୟ କରାଯାଇଥିଲା। ଉକ୍ତ କର୍ମଚାରୀ ଅମଙ୍ଗ ହେବା ପରେ କୁଆଡ଼େ ଦୁଇଜଣ ମିଲେର ଧମକ ଚମକ ଦେବା ଫଳରେ ଉକ୍ତ କର୍ମଚାରୀ ନିଜ ମୋବାଇଲ ରେ ସୁଟିଙ୍ଗ କରୁଥିଲେ। ଏତିକି ବେଳେ ପ୍ରଭାବ ଶାଳୀ ଦୁଇ ମିଲେର ଉକ୍ତ କର୍ମଚାରୀଙ୍କ ଗାଲକୁ ଚାପୁଡ଼ା ମାରିବା, ମୋବାଇଲ ଛଡେଇ ବା ପାଇଁ ଗୋଡ଼ାଇ ଗୋଡ଼ାଇ ରୁମକୁ ନେବା ପରେ ଭୟଭୀତ ହୋଇ ବାହାରୁ ଚାଲି ଆସିଥିଲେ କର୍ମଚାରୀ। ଏ ସମସ୍ତ ଘଟଣା ର ଭିଜୁଆଲ ମୋବାଇଲ କୁ ମୋବାଇଲ ଘୁରି ବୁଲିବା ପରେ ନିସର୍ତ୍ତ ରେ ରୀତିମତ ଖବର ପ୍ରକାଶ ହୋଇ ଆସୁଛି। ଆଇନ ହାତକୁ ନେଇ ମାଡ଼ ମାରିବା ଓ ଧମକ ଦେଇଥିବା ଦୁଇ ଜଣ ମିଲେର ସ୍ଥାନୀୟ ନେତାଙ୍କ ପାଖରେ ଗୁହାରିଆ ପଡ଼ି ଜିଲ୍ଲା ପ୍ରଶାସନ ଉପରେ ଚାପ ପ୍ରୟୋଗ କରୁଥିବା ଆଲୋଚନା ହେଉଛି।ପ୍ରକାଶ ଥାଉକି କିଛି ଦିନ ପୂର୍ବେ କେତେକ ମିଲେର ଘରୋଇ ବ୍ୟାଙ୍କ ନକଲି ଦସ୍ତାବିଜ ଓ ବିଜି ଦେଇ ସରକାରଙ୍କ ପକ୍ଷରୁ ଚାଷୀଙ୍କ ଠାରୁ ଧାନ କ୍ରୟ କରିବାକୁ ଚେଷ୍ଟା କରିବା ବ୍ୟାଙ୍କ କର୍ମଚାରୀଙ୍କ ମୁଣ୍ଡରେ ଅଠା ଲଗେଇବା ନେଇ ଚର୍ଚ୍ଚା ହୋଇଥିଲା। ବିଜି ଠକେଇ ସମ୍ପର୍କ ରେ ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କୁ ଅଭିଯୋଗ କରାଯାଇଥିଲା। ରାଜନୈତିକ ଚାପରେ ଉକ୍ତ ଘଟଣା ର ତଦନ୍ତ ନାଲି ଫିତା ତଳେ ଚାପି ହୋଇରହିଛି।ସରକାରୀ କର୍ମଚାରୀଙ୍କୁ ଚାପୁଡ଼ା ମାରିବାସହ ଧମକ ଦେଇ କୋଠରୀ ରେ ବନ୍ଦ କରିଥିବା ଉକ୍ତ ଦୁଇ ମିଲେରଙ୍କ ପ୍ରତି ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଏତେ ଦରଦ କାହିଁକି…? ରାଜନେତାଙ୍କୁ ଢାଲ କରି ଘଟଣା କୁ ରଫାଦଫା କରିବା ପ୍ରୟାସ ହେଉଥିବା ଚର୍ଚ୍ଚା ହେଉଛି। ଘଟଣା ସମ୍ପର୍କ ରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଫୋନ କଲେ ବାବୁ ରିସିଭ କରୁନାହାନ୍ତି। ଏ ସରକାର ସମୟରେ ଅମଲା ମାନେ ମାଡ଼ ଖାଇବେ ସ୍ଥାନୀୟ ନେତାଙ୍କ ଆଶୀର୍ବାଦ ରୁ ଚୁପଚାପ ରହିବେ ବୋଲି ସାଧାରଣ ରେ ଆଲୋଚନା ହେଉଛି।କ୍ରମଶଃ….
