ସୀମାନ୍ତରେ ଯବାନଙ୍କ ଗୁଳିରେ ୨୫ ଲକ୍ଷ ଇନାମି ମାଓବାଦୀ ସମେତ ୫ ମାଓବାଦୀ ନିହତ

add-all

ମାଲକାନଗିରି,୨୫।୩ : ମାଲକାନଗିରି, ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦାନ୍ତେୱାଡାରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ବେଳେ ଏଥିରେ ଜଣେ ୨୫ ଲକ୍ଷ ଟଙ୍କା ପୁରସ୍କାର ଥିବା ମାଓବାଦୀ ସମେତ ମୋଟ ୫ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ତଥ୍ୟ ଅନୁଯାୟୀ ଛତିଶଗଡର ଦାନ୍ତେୱାଡାର ଭୈରମଗଡ଼ ମାଓ କମିଟିର କିଛି ମାଓବାଦୀ ଗିଦମ ଥାନା ଅଞ୍ଚଳର ଗିରସାପାରା ଜଙ୍ଗଲରେ ଥିବା ନେଇ ସୂଚନା ମିଳିବ ପରେ ଜିଲ୍ଲା ପୋଲିସ, ଡିଆରଜି, ଏସଟିଏଫ ପକ୍ଷରୁ ମିଳିତ ରୂପେ ୫୦୦ରୁ ଊର୍ଦ୍ଧ୍ଵ ଯବାନଙ୍କୁ ନେଇ ଏକ ବଡ଼ ମାଓ ଦମନ ଅପରେସନ ଆରମ୍ଭ କରାଯାଇଥିଲା। ଜନଗଳ ଅମଧ୍ୟରେ ଯବାନଙ୍କୁ ଦେଖି ମାଓବାଦୀ ମାନେ ଗୁଳି ଚଳାଇଥିଲେ, ଯାହାର ପାଲଟା ଜବାବରେ ସମ୍ପୂର୍ଣ ଅଞ୍ଚଳକୁ ଘେରାବନ୍ଦୀ କରି ଯବାନ ଅମନେ ମଧ୍ୟ ଆକ୍ରମଣ କରିଥିଲେ। କିଛି ଘଣ୍ଟା ଧରି ନିରନ୍ତର ଗୁଳି ଚାଳନା ପରେ ମାଓବାଦୀ ମାନେ ସେଠାରୁ ଘଞ୍ଚ ଜନଗଳ ମଧ୍ୟରେ ଲୁଚି ପଳାଇଥିବା ବେଳେ ଯବାନ ମାନେ ଅଞ୍ଚଳରେ ତାଲାବସୀ ଅଭିଯାନ ଆରମ୍ଭ କରିଥିଲେ। ଘଟଣା ସ୍ଥଳରୁ ଯାଞ୍ଚ ବେଳେ ୩ ଜଣ ପୁରୁଷ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ କୁଖ୍ୟାତ ୨୫ ଲକ୍ଷ ଇନାମି ମାଓବାଦୀ ସୁଧୀର ଓରଫ ସୁଧାକରର ମର ଶରୀର ମଧ୍ୟ ଜବତ କରାଯାଇଛି। ଘଟଣାସ୍ଥଳରୁ ଗୋଟିଏ ଇନ୍ସାସ ରାଇଫଲ୍ ସମେତ ଅନ୍ୟ ଅସ୍ତ୍ର ଏବଂ ଅନେକ ନକ୍ସଲ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ତେବେ ଘଟଣା ସ୍ଥଳରେ ପ୍ରାୟ ୫ ଜଣ ମାଓବାଦୀ ନିହତ ହୋଇଥିବା ନେଇ ସୂଚନା ମିଳିଥିବା ବେଳେ ବର୍ତ୍ତମାନ ମଧ୍ୟ ତଲାସି ଅଭିଯାନ ଜାରି ରହିଛି ଓ ଅଧିକରୁ ଅଧିକ ମାଓବାଦୀଙ୍କ ମର ଶରୀର ଜବତ ହେବାରୁ ଅନୁମାନ କରାଯାଉଛି।

ad-week
Leave A Reply

Your email address will not be published.