ବୁଲାଗୋରୁଙ୍କ ପାଇଁ ଅଟକିଲା ମୁଖ୍ୟମନ୍ତ୍ରୀଙ୍କ କାରକେଡ, ରାସ୍ତାରେ ଚାଲିଚାଲି ବୁଝିଲେ ସମସ୍ୟା

add-all

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ବୁଧବାର ପୁରା ଆକ୍ସନ ମୋଡରେ ଦେଖିବାକୁ ମିଳିଛି। ଦିଲ୍ଲୀର ସଡ଼କ ଉପରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ ହଠାତ ଅଟକିବା ପରେ ତାଙ୍କୁ ଚାଲି ଚାଲି ଯିବାର ଦେଖିବାକୁ ମିଳିଥିଲା। ପୀତମପୁରାରେ ରେଖା ବିକାଶକାର୍ଯ୍ୟର ସମୀକ୍ଷା କରିଥିଲେ। ମେଟ୍ରୋ ପିଲାରରୁ ପୋଷ୍ଟର ହଟାଇଥିଲେ। ବୁଲା ଗୋରୁଙ୍କ ସମସ୍ୟାର ସମାଧାନ ଲାଗି ଜରୁରୀ ନିର୍ଦେଶ ଦେଇଥିଲେ। ରେଖାଙ୍କ ଏପରି ସକ୍ରିୟତା ରାଜଧାନୀର ଅନେକ ସ୍ଥାନରେ ଦେଖିବାକୁ ମିଳିଥିଲା।
ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ କାରକେଡ ହାଇଦରପୁର ଫ୍ଲାଏଓଭର ଉପରେ ହଠାତ ଅଟକିଥିଲା। ରାସ୍ତା ଉପରେ ବୁଲାଗୋରୁଙ୍କ ଚଳପ୍ରଚଳ ଯୋଗୁ କାରକେଡ ଅଟକି ଯାଇଥିଲା। ମୁଖ୍ୟମନ୍ତ୍ରୀ ହଠାତ ଗାଡ଼ିରୁ ବାହାରି ଚାଲି ଚାଲି ଯାଇଥିଲେ। ତୁରନ୍ତ ସେ ଦାୟିତ୍ଵରେ ଥିବା ଅଧିକାରୀଙ୍କୁ ଫୋନ କରି ରାସ୍ତା ଉପରକୁ କିପରି ବୁଲାଗୋରୁ ଆସିବେ ନାହିଁ ତାହାର ବ୍ୟବସ୍ଥା କରିବାକୁ ନିର୍ଦେଶ ଦେଇଥିଲେ। ଏହା ସହିତ ମେଟ୍ରୋ ପିଲାରରେ ଲାଗିଥିବା ପୋଷ୍ଟରଗୁଡ଼ିକୁ ହଟାଇବାକୁ ନିର୍ଦେଶ ଦେଇଥିଲେ। ସେ କହିଥିଲେ ଯେ, ସରକାରୀ ସମ୍ପତ୍ତି ନଷ୍ଟ କରିବାର ଅଧିକାର କାହାର ନାହିଁ। ମୁଖ୍ୟମନ୍ତ୍ରୀଠାରୁ ଆରମ୍ଭ କରି ସାଧାରଣ ଲୋକ ପର୍ଯ୍ୟନ୍ତ କାହା ନିଟକରେ ଏହି ଅଧିକାର ନାହିଁ। ଦିଲ୍ଲୀକୁ ଅପରିଷ୍କାର ନ କରିବାକୁ ସମସ୍ତଙ୍କୁ ଅନୁରୋଧ କରୁଛି। ମେଟ୍ରୋର ପିଲାର ଦିଲ୍ଲୀର ସୌନ୍ଦର୍ଯ୍ୟ। ଏଠାରେ ହୋର୍ଡିଂ, ପୋଷ୍ଟର, ବ୍ୟାନର ଲଗାଇବା ଅନୁଚିତ।

ad-week
Leave A Reply

Your email address will not be published.