ଆହତ କଂଗ୍ରେସ କର୍ମୀଙ୍କୁ ହସ୍ପିଟାଲରେ ଭେଟିଲେ ବିଧାୟକ ତାରାପ୍ରସାଦ

add-all

ଭୁବନେଶ୍ବର : ବିଧାନସଭା ଘେରାଓ ସମୟରେ ଆଜି ପୁଲିସର ଲାଠିଚାର୍ଜରେ ଆହତ ହୋଇଥିବା କଂଗ୍ରେସ କର୍ମୀମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଆହତ କର୍ମୀମାନଙ୍କୁ ହସ୍ପିଟାଲରେ ଭେଟି ସେମାନଙ୍କ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଥିବା ଜଣାପଡିଛି।
ଆହତ କର୍ମୀମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ବିଧାୟକ ତାରାପ୍ରସାଦ। ସେ କହିଛନ୍ତି, ଆମର କଂଗ୍ରେସ କର୍ମୀମାନଙ୍କ ପାଇଁ ମୁଁ ଗର୍ବିତ ଯେଉଁମାନେ ନିର୍ଭୀକ ଭାବରେ ସମ୍ବେଦନହୀନ ଏବଂ ଅତ୍ୟାଚାରୀ ବିଜେପି ସରକାର ବିରୁଦ୍ଧରେ ଛିଡା ହୋଇଛନ୍ତି।

ad-week
Leave A Reply

Your email address will not be published.