‘ଆୟଠୁ ବଢ଼ିଯାଉଛି ବ୍ୟୟ, କ୍ଷତିରେ ଚାଲୁଛି ଓଏସ୍‌ଆର୍‌ଟିସି

ଭୁବନେଶ୍ୱର : ଆୟଠୁ ବ୍ୟୟ ବଢ଼ି ଯାଉଛି, କ୍ଷତିରେ ଚାଲୁଛି OSRTC । ଦୁଇ ବର୍ଷରେ OSRTC କ୍ଷତି କଲାଣି ୪୫ କୋଟି ୪୬ ଲକ୍ଷ ଟଙ୍କା । ଗୁରୁବାର ବିଧାନସଭାରେ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ମନ୍ତ୍ରୀ କହିଛନ୍ତି, ୨୦୨୨-୨୩ ଆର୍ଥିକ ବର୍ଷରେ ୧୮ କୋଟି ୮୩ ଲକ୍ଷ ଟଙ୍କା କ୍ଷତି ହୋଇଥିବାବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ୨୬ କୋଟି ୬୨ ଲକ୍ଷ ଟଙ୍କା କ୍ଷତି ହୋଇଛି। ସେହିପରି ୨୦୨୨-୨୩ରେ ୧୪୫ କୋଟି ଟଙ୍କା ଆୟ ହୋଇଥିବାବେଳେ ବ୍ୟୟ ହୋଇଛି ୧୬୪ କୋଟି ୧୨ ଲକ୍ଷ ଟଙ୍କା ।
ମନ୍ତ୍ରୀ କହିଛନ୍ତି, ପରିବହନ ବିଭାଗର ୧୦୯ ସରକାରୀ ବସ୍‌ ଅଚଳ ହୋଇ ପଡ଼ିରହିଛି । ବିଗତ ୧୦ ବର୍ଷରେ ୫୪୦ଟି ବସ୍‌ କିଣିଥିଲା ପରିବହନ ବିଭାଗ। ସେଥିରୁ ୧୦୯ଟି ବସ ଯାନ୍ତ୍ରିକ ତ୍ରୁଟି ପାଇଁ ଅଚଳ ହୋଇପଡ଼ିଛି ।
ସେହିପରି ଗତ ତିନି ବର୍ଷ ମଧ୍ୟରେ ରାଜ୍ୟର ସ୍କ୍ରାପ୍ ନୀତି ଅନୁଯାୟୀ ୧୫ ରୁ ୨୦ ବର୍ଷ ପୁରୁଣା ମୋଟ ୨,୮୬୮ଟି ଯାନକୁ ସ୍କ୍ରାପ୍ କରାଯାଇଛି ବୋଲି ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗୁରୁବାର ରାଜ୍ୟ ବିଧାନସଭାରେ ସୂଚନା ଦେଇଛନ୍ତି। ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ, ମେଟାଲ ସ୍କ୍ରାପ୍ ଟ୍ରେଡ୍ କର୍ପୋରେସନ ଲିମିଟେଡ୍ (ଏମଏସଟିସି)ର ତଥ୍ୟ ଅନୁଯାୟୀ ଏହା କାର୍ଯ୍ୟକାରୀ ହୋଇଛି।
ଗତ ତିନି ବର୍ଷ ମଧ୍ୟରେ ନୀତି ଅନୁଯାୟୀ ୧୫ ରୁ ୨୦ ବର୍ଷ ପୁରୁଣା ୨,୦୪୯ ସରକାରୀ ଯାନ ଏବଂ ୮୧୯ ଘରୋଇ ଯାନକୁ ସ୍କ୍ରାପ୍ କରାଯାଇଛି।

nis-ad
Leave A Reply

Your email address will not be published.