କଂଗେସ ବିଧାୟକଙ୍କୁ ନିଳମ୍ବନ ପ୍ରସଙ୍ଗରେ ଛତ୍ରପୁର କଂଗ୍ରେସ ତରଫରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ

add-all

ଛତ୍ରପୁର : ଓଡିଶା ରାଜ୍ୟରେ ମହିଳା ଜାତି ପ୍ରତି ହୋଇଥିବା ଅନ୍ୟାୟ ଓ ଅସାମାଜିକ କାର୍ଯ୍ୟକୁ ପ୍ରଶାସନ ତରଫରୁ ନ୍ୟାୟ ତଥା ସୁରକ୍ଷା ଦେବା ପାଇଁ ଛତ୍ରପୁର ନିର୍ବାଚନମଣ୍ଡଳୀ କଂଗ୍ରେସ ତରଫରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଓଡିଶା ବିଧାନସଭାର ଉପର ଲିଖିତ ବିଷୟ କାର୍ଯ୍ୟ ପାଇଁ ମହିଳା ଜାତିକୁ ହୋଇଥିବା ଅନ୍ୟାୟ ଓ ଅସାମାଜିକ କାର୍ଯ୍ୟକୁ ନ୍ୟାୟ ପାଇବା ଦାବିକୁ ଉଠାଇଥିବା କଂଗ୍ରେସର ବିଧାୟକଙ୍କୁ ନିଳମ୍ବନ କରାଯାଇଥିବା ପ୍ରସଙ୍ଗକୁ ଛତ୍ରପୁର ନିର୍ବାଚନମଣ୍ଡଳୀ କଂଗ୍ରେସ ଏହାକୁ ଦୃଢ଼ ନିନ୍ଦା କରିବା ସହିତ ଏହି ନିଳମ୍ବନକୁ ତୁରୁନ୍ତ ଉଠାଇବାକୁ ଦାବି କରିଛି । ଏହାସିହତ ଓଡିଶାର ମହିଳା ଜାତିର ଲୋକଙ୍କ ପ୍ରତି ହୋଇଥିବା ଅସାମାଜିକ ଓ ଅନ୍ୟାୟ କାର୍ଯ୍ୟକୁ ପ୍ରଶାସନ ତରଫରୁ ଠିକ୍ ଭାବେ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଓଡିଶା ରାଜ୍ୟରେ ମହିଳାମାନଙ୍କୁ ସୁରକ୍ଷା ଦେବା ସେମାନଙ୍କ ନାର୍ଯ୍ୟଦାବି ପ୍ରତି ଗୁରୁତ୍ୱ ଦେବା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ କଂଗ୍ରେସ ଦାବି କରିଛି । ଉକ୍ତ ଦାବି ଗୁଡିକ ତୁରନ୍ତ ପୂରଣ ନ ହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବା ସହିତ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି । ଆଜି କଂଗ୍ରେସ ନେତା ଭାଗିରଥି ବେହେରାଙ୍କ ନେତୃତ୍ୱରେ ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା, ପୂର୍ବତନ ସରପଂଚ ଟି.କ୍ରିଷ୍ଣା ରେଡ୍ଡୀ ଓ ଡି.ରାମସ୍ୱାମୀ ରେଡ୍ଡୀ, ଅଶୋକ କୁମାର ପଟ୍ଟନାୟକ, କାଳିଆ ରାଉଳ, ଆଦିତ୍ୟ କୁମାର ଦାସ, ଜିତେନ୍ଦ୍ର ରାଉଳ, କୁନି ନାୟକ ଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଡଃ ପ୍ରମୋଦ କୁମାର ପୃଷ୍ଟିଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଛି ।

ad-week
Leave A Reply

Your email address will not be published.