ନିଜ ହକ ନିମନ୍ତେ ପୁଣି ଗଞ୍ଜାମ ଜିଲ୍ଲାପ୍ରଶାସନର ଦ୍ୱାରସ୍ଥ ହେଲେ ଟିଟାନିୟମ ଶ୍ରମିକ : କମ୍ପାନୀ ବିଭିନ୍ନ ଆଳ ଦେଖାଇ ଧୋକା ଦେବାରେ ଲାଗିଛି

add-all

ଛତ୍ରପୁର : ଛତ୍ରପୁର ଉପକଣ୍ଠ ସରାଫ ଏଜେନ୍ସି ପ୍ରା. ଲିଃ ଟିଟାନିୟମ କମ୍ପାନୀ ର ଶ୍ରମିକ ମାନେ ପୁଣି ସେମାନଙ୍କ ହକ ନିମନ୍ତେ ଗଞ୍ଜାମ ଜିଲ୍ଲାପ୍ରଶାସନ ଦ୍ୱାରସ୍ଥ ହୋଇଛନ୍ତି, ଜମି ଦେଲୁ, ଶ୍ରମ ଦେଲୁ, ସରାଫ୍ ଟିଟାନିୟମ୍ ନାମକ କମ୍ପାନି ଗଢ଼ିବାରେ ସମ୍ପୁର୍ଣ୍ଣ ସହଯୋଗ କଲୁ । ମାତ୍ର, କମ୍ପାନି କର୍ତ୍ତୃପକ୍ଷ ଆମକୁ ଧୋକା ଦେଇଛି, ଆମକୁ ବିଭିନ୍ନ ଆଳ ଦେଖାଇ ଅସ୍ଥାୟୀ ଛଟେଇ କରିଛି । ଆମ କୁ ଆମର ଜୀବିକା ଫେରାଇ ସହ ନିୟମିତ ପାରିଶ୍ରମିକ ଦେବା ନିମନ୍ତେ ଦାବୀ କରିଛନ୍ତି, ଏନେଇ ଟିଟା ନିୟମ ଏମ୍ପୋଇଜ ୟୁନିୟନ ପକ୍ଷରୁ ଶ୍ରମିକ ମାନେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଙ୍କୁ ଭେଟି ସେମାନଙ୍କ ଗୁହାରି ଜଣାଇବା ସହିତ ସେମାନଙ୍କୁ କମ୍ପାନୀ ରେ ନିଯୁକ୍ତି ଦେବା ସହିତ ବିଭିନ୍ନ ସମସ୍ୟା ସମ୍ପର୍କ ରେ ଦୃଷ୍ଟି ଆକର୍ଷଣ କରିଥିଲେ, କମ୍ପାନୀ କତୃପକ୍ଷ ମନମୁଖି କାର୍ଯ୍ୟ କରୁଛି, ପ୍ରତିଶୃତି ଦେଇ ପାଳନ କରୁନି ନିୟମ , ଜମି ଦେଇଥିବା ଶ୍ରମିକ ମାନଙ୍କୁ ନିଯୁକ୍ତି ନ ଦେଇ, ଲେ ଆଉଟ ସମୟରେ କମ୍ପାନୀ ଭିତରେ ୩୦ ରୁ ଅଧିକା କର୍ମଚାରୀ ମାନେ କାମ କରୁଛନ୍ତି, ଅଥବା ଆମକୁ ଦେଉ ନାହିଁ, ଏନେଇ ଆମେ ୨୦୨୪ ନଭେମ୍ବର ୫ ତାରିଖ ରେ ଆମ ହକ ନିମନ୍ତେ କମ୍ପାନୀ ଙ୍କୁ ଜଣାଇବା ସହିତ ଆମକୁ ସମୟ ମାଗିଥିଲେ, ମାତ୍ର ସମୟ ଶେଷ ହେବାକୁ ଯାଉଛି,ଅତ୍ୟନ୍ତ କମ୍ପାନୀ ତାର ପ୍ରତିଶୃତି ପାଳନ କରୁ ନି ବୋଲି ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି, ସେମାନଙ୍କୁ ହକ ନିମନ୍ତେ ଏହି ଲଢେଇ ଜାରି ଜାରି ରହିବ, କର୍ମଚାରୀ ମାନଙ୍କ ସମସ୍ତ ଦାବି ଗୁଡିକ ଯଥା ପୂରଣ କରିବା ନିମନ୍ତେ କମ୍ପାନୀ ଓ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଗୁରୁତ୍ୱ ଦେବା କୁ ସେମାନେ କହିଛନ୍ତି, ଅନ୍ୟପଟେ ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି ଏହାର ତଦନ୍ତ ଚାଲିଛି, ନିୟମ ଅନୁସାରେ ସମସ୍ତ ସମସ୍ୟା ର କେମିତି ସମାଧାନ ହେବ ତାହାର ଉପରେ କାର୍ଯ୍ୟ ଚାଲିଛି ବୋଲି କହିଥିଲେ, ଏହି ଦାବି ପତ୍ର ପ୍ରଦାନ ବେଳେ ଟିଟା ନିୟମ ଏମ୍ପୋଇଜ ୟୁନିୟନ ର ସଭାପତି ଆର. ଦଣ୍ଡପାଣି ରେଡ୍ଡୀ, ସମ୍ପାଦକ ଶଙ୍କର ବେହେରା, ଆଇନଜୀବି ପି. ଧର୍ମା ରେଡ୍ଡୀ ଓ ବ୍ରଜ ମୋହନ ଆଚର୍ଯ୍ୟ ଙ୍କ ସମେତ ବହୁ ଶ୍ରମିକ ମାନେ ଉପସ୍ଥିତ ଥିଲେ

ad-week
Leave A Reply

Your email address will not be published.