ମାଲକାନଗିରି,୨୭।୩ ଆଦିବାସୀ ଅଧ୍ୟୁଷିତ କାଳିଆଗୁଡା ଗ୍ରାମ ବାରୁଣୀ ଶ୍ରୀକ୍ଷେତ୍ର ତ୍ରିବେଣୀ ସଙ୍ଗମ ସ୍ଥଳ ରେ ଆଜି ମହାବାରୁଣୀ ତିଥି ରେ ମହା ସ୍ନାନକରିଛନ୍ତି ହଜାର ହଜାର ଭକ୍ତ। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ମେକ୍କା ପଞ୍ଚାୟତ ଅନ୍ତର୍ଗତ କଳିଆଗୁଡା ଗ୍ରାମ ବାରୁଣୀ ଶ୍ରୀ କ୍ଷେତ୍ର ପୀଠ ନିକଟ ପବିତ୍ର ସାବେରୀ, ପାଙ୍ଗମ, ବାକଲି ଯୋଡି ନଦୀ ମିଶ୍ରଣ ତ୍ରିବେଣୀ ସଙ୍ଗମ ସ୍ଥଳ ରେ କେଉଁ ଆବାହନ କାଳ ରୁ ପାଳିତ ହେଉଛି ମହାବାରୁଣୀ ସ୍ନାନ। ଆଜି ସେହି ମହାବାରୁଣୀ ତିଥି ପଡ଼ିଥିବାରୁ ଓଡିଶା, ଛତିଶଗଡ଼, ଆନ୍ଦ୍ରପ୍ରଦେଶ ସୀମାନ୍ତ ଵର୍ତ୍ତି ଅଞ୍ଚଳ ରୁ ଆଜି ଅରାହ୍ନ ଠାରୁ ରାତ୍ର ପର୍ଯ୍ୟନ୍ତ ବହୁ ସଂଖ୍ୟକ ଭକ୍ତ ବୁଡ଼ ପକାଇ ତ୍ରିବେଣୀ ସଙ୍ଗମ ନିକଟରେ ଥିବା ବାରୁଣୀ ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିରରେ ପୂଜା ଅର୍ଚାନା କରିଛନ୍ତି। ଏହି ଯାତ୍ରା ଗତ ୨୫ ତାରିଖରେ ଶୁଭାରମ୍ଭ ହୋଇ ପ୍ରଥମ ଓ ଦ୍ଵିତୀୟ ଦିବସ ରେ ଅଷ୍ଟମ ପ୍ରହରୀ ନାମ ଯଜ୍ଞ ଓ ନଗର ଯାତ୍ରା ସହିତ ୨୭ ତାରିଖ ଗୁରୁବାର ଦିନ ମହା ବାରୁଣୀ ଯାତ୍ରା ସହ ତ୍ରିବେଣୀ ସଂଗମରେ ପିତୃପୁରୁଷଙ୍କୁ ସନ୍ତୋସ୍ଟ କରିବା ପାଇଁ ଅସ୍ତି ବୀସର୍ଜନ ସହିତ ତ୍ରିବେଣୀ ସଙ୍ଗମରେ ବୁଡ଼ ପକେଇବା ସହ ପିତୃପୁରୁଷଙ୍କୁ ସନ୍ତୋସ୍ଟ କରିବା ସହିତ ପିଣ୍ଡ ଦାନ, ଛୋଟ ପିଲାଙ୍କୁ ମୁଣ୍ଡିନ, ଦାନ ଧର୍ମ କାର୍ଯ୍ୟ କରା ଯାଇଥିଲା। ବାରୁଣୀ ମେଳା ରେ ଦୋକାନ ବଜାର ସାଙ୍ଗକୁ ମିନବଜାର ପଡ଼ିଥିଲା। ମହା ବାରୁଣୀ ଯାତ୍ରାକମିଟି ର ସଭାପତି ଡମ୍ବୁଧର ପେରମା, ଉପସଭାପତି ପଦୁ ନାୟକ,ବଳରାମ ଅନୁଗୁଳିଆ ,ସମରା ନାୟକ,ସହଦେଵ ନାୟକ,ମଙ୍ଗଳା ଖୁର୍ମୀ,ସମାରୁ ନାୟକ, ତ୍ରିନାଥ ଭୂମିଆ,ମୁନିରାମ ଭୂମିଆ, ବଳରାମ ନାୟକ, ବାସୁଦେବ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସୂର୍ଯ୍ୟନାରାୟଣ ପାଢ଼ୀ ଓ ଶିବ ପ୍ରସାଦ ପରିଛା ଦୁଇ ପୂଜକ ବାରୁଣୀ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ରେ ପୂଜା ଅର୍ଚାନା କରିଥିବା ବେଳେ ତ୍ରିବେଣୀ ସଙ୍ଗମ ସ୍ଥଳ ରେ ଅନ୍ୟ ବ୍ରାହ୍ମଣ ମାନେ ଘାଟ ପୂଜା କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ମାଥିଲି ଥାନା ଅଧିକାରୀ ଦେବଦତ୍ତ ମଲିକ ଙ୍କ ନେତୃତ୍ୱ ରେ ପୁଲିସ ବାହିନୀ ଉପସ୍ଥିତ ରହି ସୁରକ୍ଷା ଯୋଗାଇ ଥିଲେ।
