ଆହୁରି ୧୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ: ମନ୍ତ୍ରୀ

add-all

ଭୁବନେଶ୍ବର: ଓଡ଼ିଶାରେ ୧୮ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବିଜେପି ସରକାର ନିଯୁକ୍ତି ଦେଇଛନ୍ତି। ଆହୁରି ୧୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ଆଜି ବିଧାନସଭାରେ ଏଭଳି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଅନ୍ୟ ଏକ ପ୍ରସଙ୍ଗରେ ଉତ୍ତର ରଖି କହିଛନ୍ତି, ବନ୍ଦ ଥିବା ସ୍କୁଲକୁ ପୁଣି ଖୋଲାଯିବ। ସିଡ୍ୟୁଲ୍ ଅଞ୍ଚଳରେ ସର୍ବନିମ୍ନ ୪୦ ଜଣ ପିଲା ଥିଲେ, ସ୍କୁଲ ଖୋଲିବାର ବ୍ୟବସ୍ଥା ରହିଛି। ତେଣେ ନନ୍ ସିଡ୍ୟୁଲ୍ ଅଞ୍ଚଳରେ ସର୍ବନିମ୍ନ ୨୦ ଜଣ ପିଲା ଥିଲେ, ସ୍କୁଲ ଖୋଲାଯିବ। ପୂର୍ବ ବିଜେଡି ସରକାର ତରବରିଆ‌ ଭାବେ ୫୬୩୨ଟି ସ୍କୁଲକୁ ମିଶ୍ରଣ କରାଯାଇଥିଲା।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଅନ୍ୟ ଏକ ପ୍ରସଙ୍ଗରେ ଉତ୍ତର ରଖି କହିଛନ୍ତି, ବନ୍ଦ ଥିବା ସ୍କୁଲକୁ ପୁଣି ଖୋଲାଯିବ। ସିଡ୍ୟୁଲ୍ ଅଞ୍ଚଳରେ ସର୍ବନିମ୍ନ ୪୦ ଜଣ ପିଲା ଥିଲେ, ସ୍କୁଲ ଖୋଲିବାର ବ୍ୟବସ୍ଥା ରହିଛି। ତେଣେ ନନ୍ ସିଡ୍ୟୁଲ୍ ଅଞ୍ଚଳରେ ସର୍ବନିମ୍ନ ୨୦ ଜଣ ପିଲା ଥିଲେ, ସ୍କୁଲ ଖୋଲାଯିବ। ପୂର୍ବ ବିଜେଡି ସରକାର ତରବରିଆ‌ ଭାବେ ୫୬୩୨ଟି ସ୍କୁଲକୁ ମିଶ୍ରଣ କରାଯାଇଥିଲା।ବନ୍ଦ ହୋଇଥିବା ସ୍କୁଲ୍‌ ଖୋଲିବା ନେଇ କିଛି ବ୍ୟବସ୍ଥା ରହିଛି ନା ନାହିଁ । ଏନେଇ ଗୃହରେ ପ୍ରଶ୍ନ କରିଥିଲେ ଅତାବିରା ବିଧାୟକ ନିହାର ମହାନନ୍ଦ । ଏହାର ଉତ୍ତର ରଖିଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

ଏହାପରେ ବିଜେଡି ବିଧାୟକ ଗଣେଶ୍ୱର ବେହେରା ପ୍ରଶ୍ନ କରିଥିଲେ, ନିର୍ବାଚନ ସମୟରେ ବିଜେପି ସବୁ ବନ୍ଦ ସ୍କୁଲ ଖୋଲିବାକୁ ଘୋଷଣା କରିଥିଲା । ହେଲେ ଏଯାଏଁ ତାହା ହୋଇପାରିଲା ନାହିଁ । ପ୍ରଶାସନ କହୁଛି ସ୍କୁଲ ଖୋଲିବାକୁ ସରକାର ନିର୍ଦ୍ଦେଶ ଦେଇ ନାହାନ୍ତି। ପୁଣି କେଉଁଠି ସ୍କୁଲ୍‌ ଖୋଲିବାକୁ ଆବେଦନ କରାଯିବ ବୋଲି ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ।

ବିଜେଡି ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଥିଲେ ଯେ, ନୂଆ ସରକାର ଏପର୍ଯ୍ୟନ୍ତ ୧୮ ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତି ଦେଇ ସାରିଲେଣି । ଆଗକୁ ଆହୁରି ୧୦ ହଜାର ଶିକ୍ଷକ ନିଯୁକ୍ତ ହେବେ । ପିଅନ ଓ କିରାଣୀର ଆବଶ୍ୟକତା ଦେଖି ନିଯୁକ୍ତି ଦିଆଯିବ । ଏହାପରେ ବନ୍ଦ ହୋଇଥିବା ସ୍କୁଲ୍‌ ସବୁ ଖୋଲିବ ।

ad-week
Leave A Reply

Your email address will not be published.