ନୟାଗଡ଼ ରେଳଷ୍ଟେସନରେ କାର୍ଯ୍ୟକ୍ଷମ ହେଲା ଦୁଇ ଏଟିଭିଏମ ମେସିନ

add-all

ନୟାଗଡ଼ : ଗତ ୨୦୧୭ ମସିହାରୁ ନୟାଗଡ଼ରେ ରେଳ ସେବା ଆରମ୍ଭ ହୋଇଥିବା ବେଳେ ଯାତ୍ରୀ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେବେ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇଥିଲେ ସୁଦ୍ଧା କେବଳ ଗୋଟିଏ ମାତ୍ର ଅଣ ସଂରକ୍ଷିତ ଟିକେଟ କାଉଣ୍ଟର ଥିବାରୁ ଯାତ୍ରୀମାନେ ଦୀର୍ଘ ସମୟ ଧରି ଲାଇନରେ ଛିଡ଼ା ହୋଇ ରହୁଥିଲେ। ଏ ନେଇ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଆଉ ଏକ ଅଣ ସଂରକ୍ଷିତ ଟିକେଟ କାଉଣ୍ଟର ନୟାଗଡ଼ ଟାଉନ ଷ୍ଟେସନରେ ଖୋଲିବା ପାଇଁ ରେଳ ବିଭାଗ ନିକଟରେ ବାରମ୍ବାର ଦାବି ହୋଇ ଆସୁଥିଲା । ଏବେ ନୟାଗଡ଼ ରେଳ ଷ୍ଟେସନରେ କାର୍ଯ୍ୟକ୍ଷମ ଏଟିଭିଏମ ମେସିନ ଦ୍ବାରା ଯାତ୍ରୀ ମାନେ ବହୁ ସୁବିଧା ପାଇପାରିବେ ।

ad-week
Leave A Reply

Your email address will not be published.