ଦକ୍ଷିଣପୁର କ୍ଳଷ୍ଟରସ୍ତରୀୟ ଟି ଏଲ ଏମ୍ କର୍ମଶାଳା

କୁକୁଡ଼ାଖଣ୍ଡି : ଆଜି କୁକୁଡ଼ାଖଣ୍ଡି ବ୍ଲକ, ଦକ୍ଷିଣପୁର କ୍ଲଷ୍ଟର ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦକ୍ଷିଣ ପୁର ଠାରେ କ୍ଲଷ୍ଟର ସ୍ତରୀୟ ଦୁଇଦିନିଆ TLM କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ୨୭/୦୩/୨୫ ଓ ୨୮/୦୩/୨୫ କର୍ମଶାଳାର ଅନ୍ତିମ ଦିବସରେ ଲାଞ୍ଜିଆ ସମିତି ସଭ୍ୟ ତଥା ଆମ୍ବଗଡ ସେବା ସମବାୟ ସମିତିର ସଭାପତି ଶ୍ରୀଯୁକ୍ତ କାହ୍ନୁଚରଣ ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଶିକ୍ଷଣାର୍ଥୀ ଙ୍କୁ ମୌଳିକ ସଂଖ୍ୟା ଗାନ ଓ ଭାଷା ସାକ୍ଷରତା ଜ୍ଞାନ ଉପରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଦେବା ବେଳେ ଏହି TLM ଗୁଡିକ କିପରି ସହାୟକ ହୁଏ ତାହା ବୁଝାଇ ଥିଲେ । ସମ୍ମାନୀୟ ଅତୀଥି ଭାବରେ ଶିକ୍ଷକ ଗଙ୍ଗାଧର ଗୌଡ଼, ବିଜୟ କୁମାର ପାତ୍ର ଓ ଶିକ୍ଷୟତ୍ରୀ ଶ୍ରୀମତୀ ସଂଯୁକ୍ତା ନାୟକ ଯୋଗ ଦେଇଥିଲେ । କ୍ଲଷ୍ଟର ସି.ଆର.ସି. ସି ଦୁଷ୍ମନ୍ତ କୁମାର ପଟ୍ଟନାୟକ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ । ଦକ୍ଷିଣ ପୁର ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଏ. ପୁଷ୍ପଲତା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ ବିଦ୍ୟାଳୟର ଶିକ୍ଷୟତ୍ରୀ ଶ୍ରୀମତୀ ମନୀଷା ବଡମୁଣ୍ଡି ,ଦୀପ୍ତିରାଣୀ ପାଢ଼ୀ, ରୁବିତା କୁମାରୀ ଦେବୀ ଓ ରଶ୍ମିତା କୁମାରୀ ପ୍ରଧାନ ସହଯୋଗ କରିଥିଲେ. କ୍ରିଷ୍ଣା ପାତ୍ର ଓ ଶିବ ମଲ୍ଲିକ ପ୍ରଶିକ୍ଷକ ଭାବରେ ଯୋଗ ଦେଇ ଏହି ଦୁଇଦିନିଆ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରି ପ୍ରଶିକ୍ଷାର୍ଥୀଙ୍କୁ ମାଟି, କାଠ ଓ କାଗଜ ରେ ଅନେକ ଟି.ଏଲ ଏମ ତିଆରି କରିଵା କଳା ଶିଖାଇ ଥିଲେ । କ୍ଲଷ୍ଟର ର ପ୍ରତ୍ୟେକ ବିଦ୍ୟାଳୟରୁ ଆସିଥିବା ପ୍ରଧାନ ଶିକ୍ଷୟିତ୍ରୀ, ଶିକ୍ଷୟିତ୍ରୀ ଓ ଶିକ୍ଷକ ମାନେ କର୍ମଶାଳାରେ ପ୍ରଶିକ୍ଷାର୍ଥୀ ଭାବରେ ଯୋଗ ଦେଇଥିଲେ । ପ୍ରଶିକ୍ଷାର୍ଥୀ ମାନେ ସୁନିତା ସାହୁ, ଆଞ୍ଚଲ ବିଷୋୟ, ସୁଜାତା କୁମାରୀ ସାହୁ, ରୁନୁ ବରଡ , ଝୁନୁ ଗୌଡ଼, ସରସ୍ବତୀ ସାବତ, ଶଶିରେଖା ମଲ୍ଲିକ, ଅଳକା ମିଶ୍ର , କନକ ଲତା ମହାନ୍ତି , ମହାଲକ୍ଷ୍ମୀ କର , ସରସ୍ବତୀ ଅଚାରୀ , ବି. ସଂଗୀତ ପାତ୍ର , ସୁଶ୍ରୀ ସଂଗୀତ ପାତ୍ର ଓ ପି. ନରସିଂହ ପ୍ରଶିକ୍ଷାର୍ଥୀ ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

nis-ad
Leave A Reply

Your email address will not be published.