ରାଇକିଆ ସରକାରୀ ବାଳିକା ବିଦ୍ୟାଳୟରେ “ଆମେ ଜାଣିବା, ଆମେ ଜିଣିବା” କାର୍ଯ୍ୟକ୍ରମ ପାଳନ

ରାଇକିଆ : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ସଦର ଠାରେ ଆଦିବାସୀ ଓ ହରିଜନ କଲ୍ୟାଣ ଦ୍ଵାରା ପରିଚାଳିତ ସରକାରୀ ବାଳିକା ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାଶଙ୍କର ସାମନ୍ତରାୟଙ୍କ ତତ୍ଵାବଧାନରେ ଶୁକ୍ରବାର ‘ଆମେ ଜାଣିବା, ଆମେ ଜିଣିବା’ ସହ ପିଏମ ଶ୍ରୀ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି । ଏହି ଅବସରରେ ଉକ୍ତ ଉତ୍ସବରେ ମୂଖ୍ୟ ଅତିଥି ଭାବେ ରାଇକିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡାଃ ସବ୍ୟସାଚୀ ସାହୁ , ମୁଖ୍ୟ ବକ୍ତା ଭାବେ ରାଇକିଆ ତହସିଲଦାର ବରିଆଲ ମୁର୍ମୁ, ସମ୍ମାନିତ ଅତିଥିଭାବେ ଅତିରିକ୍ତ ତହସିଲଦାର ଦିଲୀପ କୁମାର ବେହେରା, ରାଇକିଆ ବ୍ଲକ ଅଧ୍ୟକ୍ଷ ପ୍ରୀତମ ଚନ୍ଦ୍ର ପ୍ରଧାନ, ଜିଲ୍ଲାପରିଷଦ ସଭ୍ୟ ସତ୍ୟବାନ ପାତ୍ର, ଡ଼ଡିଙ୍ଗିଆ ସମିତି ସଭ୍ୟ ପ୍ରଦୀପ କୁମାର ପ୍ରଧାନ, ପ୍ରାକ୍ତନ କ୍ରିଡା ଶିକ୍ଷୟତ୍ରୀ ସେବତୀ ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବାବୁଲି ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ଅଭିଭାବକ ହେଉଛନ୍ତି ବିଦ୍ୟାଳୟର ଅଂଶୀଦାର ବିଦ୍ୟାଳୟ ତଥା ଛାତ୍ରୀମାନଙ୍କ ଉନ୍ନତି ନିମନ୍ତେ ପିତାମାତାଙ୍କ ସହଭାଗିତା ରହିବା ନିହାତି ଜରୁରୀ । ବିଦ୍ୟାଳୟରେ ପିଲାଙ୍କୁ ପଢିବାକୁ ଛାଡିଦେଇ ନିଜ ଦାୟିତ୍ଵରୁ ଓହରି ନଯାଇ ହଷ୍ଟେଲରେ ରହି ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ପାଠପଢ଼ା, ଅନ୍ୟ ଖେଳକୁଦ ଓ ବିଦ୍ୟାଳୟ ଯାତାୟାତ ଏବଂ ସେମାନଙ୍କ ମାନସିକ ଶାରୀରିକ ପରିବର୍ତ୍ତନ ଆଦି ଅଭିଭାବକମାନେ ଜାଣିବା ନିହାତି ଆବଶ୍ୟକ । ବିଶେଷ କରି ଛାତ୍ରୀ ମାନଙ୍କ କ୍ଷେତ୍ରରେ ଅଭିଭାବକ ମାନେ ଅଧିକ ଦାୟିତ୍ଵବାନ ହେବା ସହ ସେମାନଙ୍କ ଆବଶ୍ୟକ ବିଷୟରେ ଜାଣିବା ଏବଂ ଦରକାର ପଡିଲେ ଏହାର ସମାଧାନ ନିମନ୍ତେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରିବା ଜରୁରୀ ଅଟେ ବୋଲି ଉତ୍ସବରେ ଯୋଗ ଦେଇ ଅତିଥିମାନେ ମତ ପ୍ରକାଶ କରିଛନ୍ତି । ବିଦ୍ୟାଳୟ କ୍ରିଡା ଏବଂ ଶିକ୍ଷା କ୍ଷେତ୍ରରେ ଏହାର ସଫଳତା ପାଇଁ ପ୍ରଥମେ ୫ଟି ଏବଂ ବର୍ତ୍ତମାନ ପିଏମ ଶ୍ରୀ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବାରୁ ଅତିଥିମାନେ ପ୍ରଧାନଶିକ୍ଷକ ଏବଂ ସମସ୍ତ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ଉକ୍ତ ଉତ୍ସବଟିକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ମିଶି ପରିଚାଳନା କରିଥିଲେ । ସଭା ଶେଷରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

nis-ad
Leave A Reply

Your email address will not be published.