ଆସିକା ପଣ୍ୟାଗାର ର କର୍ମଚାରୀ ଙ୍କୁ ମିଲେରଙ୍କ ମାଡ଼ ମରା ଘଟଣା :ରାଜନୈତିକ ଚାପରେ ପ୍ରଶାସନ ଚୁପ…

add-all

ଅଦାଲତ ରେ ମାମଲା ପାଇଁ ପ୍ରସ୍ତୁତି….!


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବ୍ଲକ ଅନ୍ତର୍ଗତ କର୍ଣ୍ଣଳୀ ସ୍ଥିତ ପଣ୍ୟାଗାର ଗୋଦାମ ର କର୍ମଚାରୀ ଙ୍କୁ ଦୁଇ ଜଣ ମିଲେର ମାଡ଼ ମାରିବା ଘଟଣା ନୂଆ ମୋଡ଼। ଏକ ସପ୍ତାହ ହେଲା ବେଆଇନ କାର୍ଯ୍ୟ କରିବାକୁ କିଛି ମିଲେର ଗୋଦାମ ର କର୍ମଚାରୀ ଙ୍କୁ ଚାପ ପକେଇଥିଲେ।ମିଲରୁ ଆସିଥିବା ଚାଉଳକୁ ବିନା ଯାଞ୍ଜ କରି ଗୋଦାମ ରେ ରଖିବାକୁ କୁଆଡେ ଚାପ ପକେଇଥିବା ଅଭିଯୋଗ ହୋଇଥିଲା। ଉକ୍ତ କର୍ମଚାରୀ ଙ୍କୁ ଜୋର ଜବରଦସ୍ତ କରିବା ବେଳେ ସେ ସମସ୍ତ ଘଟଣା ର ଭିଡିଓ ମୋବାଇଲ ଦ୍ୱାରା ଉତ୍ତୋଳନ କରିଥିଲେ। ଏଥିରେ ଉତ୍ୟକ୍ତ ହୋଇ ଦୁଇ ଜଣ ମିଲେର ଉକ୍ତ କର୍ମଚାରୀ ଙ୍କୁ ଉତ୍ତୋଳନ କରିଥିବା ଭିଡିଓ ଡିଲିଟ କରିବାକୁ କହିବା ନଚେତ ବାହାରକୁ ଗଲେ ମାଡ଼ ମରାଯିବ ବୋଲି କହୁଥିବା ଓ ଉକ୍ତ କର୍ମଚାରୀ ଙ୍କ ଗାଲକୁ ଚାପୁଡ଼ା ମାରିବା ଗୋଡେଇ ଗୋଡେଇ କୋଠରୀ ରେ ବନ୍ଦ କରିବା ଭିଡିଓ ଭାଇରଲ ହୋଇଥିଲା। କାଳଷଣ୍ଢ ପୁର ଓ ଆସିକା ବାଣୀବିହାର ଅଞ୍ଚଳ ର ଦୁଇ ଜଣ ମିଲେର ଘଟଣା କୁ ରଫା ଦଫା କରିବାକୁ ରାଜନୈତକ ଚାପ ପ୍ରୟୋଗ କରି ପ୍ରଶାସନ ଉପରେ ଚାପ ପକାଉଥିବା ଚର୍ଚ୍ଚା ସତ ପ୍ରମାଣିତ ହେବାକୁ ଯାଉଛିବୋଲି ଆଲୋଚନା ହେଲାଣି। ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ କର୍ମଚାରୀଙ୍କୁ ମାଡ଼ ମରା ଘଟଣା ସମ୍ପର୍କ ରେ ପଚାରିବା ପାଇଁ ମୋବାଇଲ ଫୋନ କୁ କଲ କଲେ ବାବୁ ଫୋନ ରିସିଭ କରୁନାହାନ୍ତି। ଉକ୍ତ ଘଟଣାର ଭିଜୁଆଲ ଜିଲ୍ଲା ପ୍ରଶାସନ ପାଖରେ ଖବର ଥିଲେ ବି ରାଜନୈତିକ ଚାପରେ ଚୁପଚାପ ଥିବା ଆଲୋଚନା ହେଉଛି। ଏପ୍ରିଲ ମାସ ପ୍ରଥମ ସପ୍ତାହ ରେ ଏହି ଘଟଣା ସମ୍ପର୍କ ରେ ଅଦାଲତ ରେ ଅଭିଯୋଗ କରିବାକୁ ତର୍ଜମା ଚାଲିଥିବା ଚର୍ଚ୍ଚା ହେଲାଣି। ଡବଲ ଇଞ୍ଜିନ ସରକାର ରେ ସରକାରୀ କର୍ମଚାରୀ ମାନେ ଦୋଷ ନଥାଇ ବେଆଇନ କାର୍ଯ୍ୟ ନକରିବା ଯୋଗୁଁ ମାଡ଼ ଖାଇ ଚୁପଚାପ ରହିବାକୁ ବାଧ୍ୟ ହେଉଥିବା ନେଇ ଲୋକେ ଚର୍ଚ୍ଚା କରୁଛନ୍ତି।

ad-week
Leave A Reply

Your email address will not be published.