ବେଟି ବଚାଓ ବେଟି ପଢାଓ ଅନ୍ତର୍ଭୁକ୍ତ ପିସି ପିଏନଡିଟି ଆକ୍ଟ କର୍ମଶାଳା ଅନୁଷ୍ଠିତ

add-all

ମାଲକାନଗିରି : ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ବେଟି ବଚାଓ ବେଟି ପଢାଓ ଅନ୍ତର୍ଭୁକ୍ତ ପିସି ପିଏନଡିଟି ଆକ୍ଟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର, ଉପ ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ମନସ୍ଵି ସେଠୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ଓ ସିଡବ୍ଲୁସି ଅଧ୍ୟକ୍ଷ ସଂଯୁକ୍ତା ପ୍ରଧାନ ମଞ୍ଚାସୀନ ଥିଲେ। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତେରେସ୍କଭା ମଲ୍ଲିକଙ୍କ ଆନୁକୂଲ୍ୟରେ ବେଟି ବଚାଓ ବେଟି ପଢାଓ ଅନ୍ତର୍ଭୁକ୍ତ ପିସିପିଏନଡିଟି ଆକ୍ଟ କର୍ମଶାଳା ୧୯୯୪ ସମ୍ବନ୍ଧିତ କର୍ମଶାଳା ଆୟୋଜନ କରାଯାଇଛି। ଏହି କର୍ମଶାଳା ରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ ଓ ଡିପିଏଚଓ ଡ଼ା ଏସକେ ଅବିଦ୍ ହୁସେନ୍, ଡିଏସପି ଓନାମ୍ ଲାକ୍ରା ସଂସାଧନ ସଦସ୍ୟ ଭାବେ ଯୋଗ ଦେଇ ଗର୍ଭ ପୂର୍ବ ଓ ପ୍ରସବ ପୂର୍ବ ନିଦାନ ସମ୍ବନ୍ଧୀୟ ଆଇନ୍ ଓ କନ୍ଯା ଭୃଣ ହତ୍ଯା ପାଇଁ ଥିବା ଆଇନ୍ ବିଷୟରେ ବିଶଦ ଭାବେ ବୁଝେଇ ଥିଲେ। ଲିଙ୍ଗ ନିରୂପଣ ଓ କନ୍ଯା ଭୃଣ ହତ୍ଯା କୁ ସମ୍ପୂର୍ଣ ବନ୍ଦ କରିବାକୁ ସମସ୍ତ କର୍ମକର୍ତ୍ତା ସଂକଳ୍ପ କରିବାକୁ ଅତିରିକ୍ତ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଲିଙ୍ଗ ନିରୂପଣ ଓ କନ୍ୟା ଭୃଣ ହତ୍ଯା କରୁଥିବା ବ୍ୟକ୍ତି ଓ ଡାକ୍ତରମାନଙ୍କ ପାଇଁ କି କି ଦଣ୍ଡ ବ୍ୟବସ୍ଥା ଅଛି ତାହା ବିଷୟରେ ଏଠାରେ ପ୍ରାଞ୍ଜଳ ଭାବେ କୁହାଯାଇଥିଲା। ସଚେତନତା କରିବା ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ରାଲି ଆୟୋଜନ କରାଯାଇଥିଲା। ଏକ ଆଇଇସି ଭ୍ୟାନ ମଧ୍ଯ ଶୁଭାରମ୍ଭ କରାଯାଇଛି ଯାହା ସାତ ଦିନ ଧରି ସାରା ଜିଲ୍ଲା ବ୍ୟାପି ସଚେତନତା ସୃଷ୍ଟି କରିବ।
ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ସମସ୍ତ ପି ଓ, ସଦର ସବ୍ ଡିଭିଜନ ର ସମସ୍ତ ସି ଡି ପି ଓ,ସୁପରଭାଇଜର, ଅଙ୍ଗନବାଡି କର୍ମୀ, ଆଶା ଉପସ୍ଥିତ ଥିଲେ। ଜିଲ୍ଲା ସମାଜ ମଙ୍ଗଳ ବିଭାଗର ସମସ୍ତ କର୍ମଚାରୀ ଏଥିରେ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.