ରାଇକିଆ : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ସଦର ଅନସୂଚୀତ ଜନଜାତି ଅନସୂଚୀତ ଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ କଳିଙ୍ଗ ଆଦର୍ଶ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ଜଗଦୀଶ ମହାକୁଡଙ୍କ ତତ୍ତ୍ଵାବଧାନରେ ବିଦ୍ୟାଳୟର ୩ୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୂଖ୍ୟ ଅତିଥି ଭାବରେ କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, ମୁଖ୍ୟବକ୍ତା ଭାବେ ପ୍ରକଳ୍ପ ପ୍ରଶାସକ ଆଇଟିଡିଏ ବାଲିଗୁଡା କୃପାସିନ୍ଧୁ ବେହେରା, ସଂମ୍ମାନିତ ଅତିଥି ଭାବେ ରାଇକିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡାଃ ସବ୍ୟସାଚୀ ସାହୁ , ଜାତୀୟ ଚିକିତ୍ସା ବିଜ୍ଞାନ ଏକାଡେମୀ ସଦସ୍ୟ ଡାଃ ଚିତ ରଞ୍ଜନ ସାହୁ, ବେରେଡାକିଆ ସରପଞ୍ଚ ଅକ୍ଷୟ ପ୍ରଧାନ, ଡ଼ଡିଙ୍ଗିଆ ସମିତି ସଭ୍ୟ ପ୍ରଦୀପ କୁମାର ପ୍ରଧାନ, ରାଇକିଆ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ଅରୁଣ କୁମାର ପଣ୍ଡା, ସରକାରୀ ବାଳିକା ବିଦ୍ୟାଳୟ ପ୍ରଧାନଶିକ୍ଷକ ଉମାଶଙ୍କର ସାମନ୍ତରାୟ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସରସ୍ଵତୀ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ ।
ଛାତ୍ରଛାତ୍ରୀ ମାନେ ନିଜ ଭିତରେ ଅନ୍ତର୍ନିହିତ ଗୁଣକୁ ଚିହ୍ନିବା ସହ ଏହାର ବିକାଶ କରିବା ପାଇଁ ଅତିଥି ମାନେ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମର ପ୍ରଥମାର୍ଦ୍ଧରେ ଅଭିଭାବକ ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ବର୍ଷ ବିଦ୍ୟାଳୟରେ ଟପର ଛାତ୍ରଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ୧୦୦୦ ଟଙ୍କାର ଚେକ ଦେବାକୁ ମଞ୍ଚରେ ଘୋଷଣା କରିଥିଲେ । ବିଦ୍ୟାଳୟରେ କ୍ରିଡା ଏବଂ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରଷ୍କୃତ କରିଥିଲେ । ଶିକ୍ଷକ ଜିତେନ୍ଦ୍ର କୁମାର ବେହେରା ମଞ୍ଚ ପରିଚାଳାନା କରିଥିଲେ । କାର୍ଯ୍ୟକ୍ରମଟିକୁ ଶିକ୍ଷକ ମଧୁକର ପ୍ରଧାନ, ଅଲେଖ ପ୍ରଧାନ, ସଚିଦାନନ୍ଦ ସ୍ଵାଇଁ, ବିବନ ଅପ୍ରାଭନ ରଣସିଂ, ନରେଶ କହଁର, ଦିବ୍ୟ ପ୍ରକାଶ ସାହୁ ଶିକ୍ଷୟତ୍ରୀ ନର୍ମତା ରଥ ପରିଚାଳନା କରିଥିଲେ ।
