ଭିସୁଟ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲାରେ ପୁରୁଷ ବନ୍ଧୁ ଗିରଫ

add-all

ସମ୍ବଲପୁର : ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ମାମଲାରେ ତାଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେ’ଙ୍କୁ ଗିରଫ କରିଛି ବୁର୍ଲା ପୁଲିସ। ହାଇକୋର୍ଟଙ୍କ ନିର୍ଦେଶକ୍ରମେ ପୁଲିସ ଏହି ପଦକ୍ଷେପ ନେଇଛି। ପୁରୁଷ ବନ୍ଧୁଙ୍କୁ ଗିରଫ କରିବା ଦାବିରେ ଚିନ୍ମୟୀଙ୍କ ପରିବାର ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା।

ସୂଚନାଯୋଗ୍ୟ, ୨୦୨୩ ମସିହା ଫେବୃୟାରୀ ୨୮ରେ ଚିନ୍ମୟୀ ସମାବର୍ତ୍ତନ ଉତ୍ସବକୁ ଆସିଥିଲେ। ଏହା ପରଦିନ ଅର୍ଥାତ ମାର୍ଚ୍ଚ ୧ ତାରିଖରେ ପିସି ବ୍ରିଜ ତଳୁ ଚିନ୍ମୟୀଙ୍କ ମୃତଦେହ ମିଳିଥିଲା। ତାଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଘଟଣାରେ ତାଙ୍କ ପୁରୁଷ ବନ୍ଧୁ ପ୍ରୀତିମାନଙ୍କ ସମ୍ପୃକ୍ତି ନେଇ ସେମାନେ ଅଭିଯୋଗ ଆଣିଥିଲେ। ହେଲେ ପ୍ରୀତିମାନଙ୍କ ବାପା ତତ୍କାଳୀନ ସରକାରରେ ଉଚ୍ଚ ପଦବୀରେ ଥିବାରୁ ବିଶେଷ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଏହା ପ୍ରତିବାଦରେ ଚିନ୍ମୟୀଙ୍କ ପରିବାର ହାଇକୋର୍ଟ ଯାଇଥିଲେ। ୨ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ଏସପିଙ୍କୁ ନିର୍ଦେଶ ଦେଇଥିଲେ।

ad-week
Leave A Reply

Your email address will not be published.