୩୬ତମ ବାର୍ଷିକ ତେର ଦଣ୍ଡ ମିଳନ ସମାରୋହ : ପ୍ରସ୍ତୁତି କାର୍ଯ୍ୟ ଚୁଡାନ୍ତ ପର୍ଯ୍ୟାୟରେ

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳ ରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆସନ୍ତା ୦୧ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ମା’କାଳୀଙ୍କ ଦଣ୍ଡଯାତ୍ରା ଅନୁଷ୍ଠିତ ହେଉଅଛି। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ସହରରେ ସ୍ଥାନୀୟ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୬ ତମ ବାର୍ଷିକ ତେର ଦଣ୍ଡ ମିଳନ ସମାରୋହ ଏପ୍ରିଲ ୬ ତାରିଖ ରବିବାର ଦିନ ଅନୁଷ୍ଠିତ ହେବ । ଉକ୍ତ ଦିନ ସକାଳ ୮ଘଣ୍ଟା ସମୟରେ ମା’ ପାଟ୍ଟଖଣ୍ଡା ମନ୍ଦିରରେ ୧୩ ଦଣ୍ଡ ଥଳର ବରଣ କରାଯିବ l ଦିବା ଘ.୧୧.୩୦ମି.ରେ ମେଇନ୍‌ରୋଡ଼ରେ ଧୂଳିଦଣ୍ଡ ଆରମ୍ଭ ହୋଇ ଅପରାହ୍ନରେ ବନ୍ଧ ନିକଟରେ ପାଣିଦଣ୍ଡ, ସନ୍ଧ୍ୟା ୦୫ ଘଟିକା ସମୟରେ ବଜାରଛକ ନିକଟରେ ୧୩ ଦଣ୍ଡର ଆକର୍ଷଣୀୟ ମିଳନ ଉତ୍ସବ ଅନୁଷ୍ଠିତ ହେବ l ଏହି ମିଳନ ଉତ୍ସବରେ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଯୋଗ ଦେଉଥିବାରୁ ସମସ୍ତ ବ୍ୟବସ୍ଥା କରାଯାଇଛି l ରାତ୍ର ୮ ଘଣ୍ଟ ଠାରୁ ୧୨ ଘଣ୍ଟ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ସହ ରାତ୍ର ୧୧ ଘଟିକା ପରେ ଝୁଣାଦଣ୍ଡର ମହା ପଟୁଆର ଆୟୋଜନ ହେବ l ୭ ତାରିଖ ସକାଳ ୮ଘଟିକାରେ ଯାତ୍ରା ସମାପ୍ତ ଘୋଷଣା କରାଯିବ l ଏଣୁ ଅଞ୍ଚଳ ବାସୀଙ୍କୁ ସମିତି ତରଫରୁ ଏପ୍ରିଲ ୧ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ସମଗ୍ର ସହରରେ ଅଣ୍ଡା, ମାଛ, ମାଂସ, ଶୁଖୁଆ ପ୍ରଭୃତି ଆମିଷ ଦ୍ରବ୍ୟ ବିକ୍ରି ଓ ସେବନ ବନ୍ଦକରି ସହଯୋଗ କରିବା ସହିତ ମା’ କାଳୀଙ୍କ ଆଶୀର୍ବାଦ ଲାଭ କରିବାକୁ ସମିତି ତରଫରୁ ଅନୁରୋଧ କରାଯାଇଛି l

ad-week
Leave A Reply

Your email address will not be published.