ଶ୍ରୀରାମନବମୀ ଏବଂ ହନୁମାନ ଜୟନ୍ତୀ ନିମନ୍ତେ ପ୍ରସ୍ତୁତି ବୈଠକ

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ତୁମୁଡିବନ୍ଧ ବ୍ଲକରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରୀରାମ ନବମୀ ଏବଂ ହନୁମାନ ଜୟନ୍ତୀ କୁ ଧୂମଧାମରେ ପାଳନ କରିବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ତୁମୁଡିବନ୍ଧ ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ତୁମୁଡିବନ୍ଧ ର ସମସ୍ତ ବ୍ୟବସାୟ ଅନୁଷ୍ଠାନ, ଚାଳକ ସଙ୍ଘ, ଅଟୋ ଚାଳକ ସଂଘ, ବୋଲବମ ସଙ୍ଘ, ମିସ୍ତ୍ରୀସଂଘ ଙ୍କୁ ନେଇ ଆଲୋଚନା ହୋଇଥିବା ବେଳେ ସମସ୍ତ ପଞ୍ଚାୟତ ରୁ ବାଇକ ରାଲିରେ ବାହାରି ପ୍ରଥମେ ହନୁମାନ ମନ୍ଦିର ରେ ପହଞ୍ଚିବା ପରେ ତୁମୁଡିବନ୍ଧ ହନୁମାନ ମନ୍ଦିର ଠାରୁ ଏକ ବିରାଟ ବାଇକ ରାଲିରେ ତୁମୁଡିବନ୍ଧ ମୁଖ୍ୟ ବଜାର, ବ୍ଲକ କାର୍ଯ୍ୟାଳୟ, ଶଗଡ଼ିଆ ସାହି ଦେଇ ତୁମୁଡିବନ୍ଧ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ରାଲିରେ ବାହାରି ପରିଚାଳନା କମିଟି ଦ୍ବାରା ରାମ ଖେଚୁଡ଼ି ର ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମ ରହିଥ‌ିବା ପ୍ରକାଶ । ତେବେ ପ୍ରତ୍ୟେକ ପଞ୍ଚାୟତ ରୁ ଦୁଇ ଜଣଙ୍କୁ ବାଇକ ରେ ବାହାରୁଥିବା ଭକ୍ତି ଙ୍କୁ ଯିବା ଆସିବା ପାଇଁ ପରିଚାଳନା କରିବା ପାଇଁ ନିଷ୍ପତି ନିଆଯାଇଛି । ଏହି ବୈଠକରେ ଜୟନ୍ତି କିପରି ସଫଳ ହେବ ସେହି ଦିଗରେ ପୁଙ୍ଖାନୁ ପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା I ଏହି ପ୍ରସ୍ତୁତି ବୈଠକରେ ତୁମୁଡିବନ୍ଧ ସାଂସଦ ପ୍ରତିନିଧି ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ, ହୀରାଲାଲ ପ୍ରଧାନ, ବିଜେପି ତୁମୁଡିବନ୍ଧ ଯୁବମୋର୍ଚା ସଭାପତି ଶଙ୍କର ବଡ଼ନାୟକ, ପ୍ରକାଶ ସାହୁ, ରବି ପାତ୍ର, ମୁରଲୀ ଧର ପାତ୍ର, ପୁରୁଷୋତ୍ତମ ଲେଙ୍କା, ବବୁଲୁ ବଡସେଠ, ଚନ୍ଦନ ପାଢ଼ୀ, ସୋନୁ ସାହୁ, ଲିପନ ପାଣିଗ୍ରାହୀ, ସୁଜିତ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସଭାଟିକୁ ସଫଳ କରିଥିଲେ I

ad-week
Leave A Reply

Your email address will not be published.