ରାଇକିଆରେ ଓଡିଶା ଦିବସ ପାଳନ

ରାଇକିଆ : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରାଇକିଆ ନାଗରିକ ମଞ୍ଚ ସଭାପତି ଦୁର୍ଜ୍ୟୋଧନ ଲେଙ୍କାଙ୍କ ସଭାପତିତ୍ଵରେ ମଞ୍ଚ କାର୍ଯ୍ୟାଳୟ ପରିସରରେ ଓଡିଶା ଦିବସ ପାଳନ କରାଯାଇଅଛି । ମଞ୍ଚ ସାଧାରଣ ସମ୍ପାଦକ ମାନେସ୍ଵର ଦିଗାଳ ଉପସ୍ଥିତ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଏବଂ ଅତିଥିମାନଙ୍କୁ ଶୁଭେଚ୍ଛା ଜ୍ଞାପନ ସହ ସ୍ଵାଗତ କରିବା ସହ ପରିଚଳନା କରିଥିଲେ । ରାଇକିଆ ୧୭ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ସତ୍ୟବାନ ପାତ୍ର ମୁଖ୍ୟ ଅତିଥି ଓ ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକ ବେଣୁପାଣି ମହାପାତ୍ର ମୁଖ୍ୟ ବକ୍ତା ରୂପେ ଯୋଗଦେଇଥିଲେ । ଅନ୍ୟ ସଂମ୍ମାନିତ ଅତିଥି ମାନଙ୍କ ମଧ୍ୟରେ କନ୍ଧମାଳ ସାଂସଦ ରାଇକିଆ ବ୍ଲକ ପ୍ରତିନିଧି ସନ୍ତୋଷ କୁମାର ଲେଙ୍କା, ଡ଼ଡିଙ୍ଗିଆ ସମିତି ସଭ୍ୟ ପ୍ରଦୀପ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଅତିଥି ମାନେ ପ୍ରଦୀପ ପ୍ରଜ୍ୱୋଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ସରକାରୀ ବାଳିକା ବିଦ୍ୟାଳୟର ଛାତ୍ରୀମାନେ ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ଅତିଥି ମାନେ ଉତ୍କଳ ଦିବସ ସମ୍ବଦ୍ଧିୟ ଇତିହାସ , ଓଡିଶା ମାଟିର ବରପୁତ୍ରମାନଙ୍କ ବଳିଦାନ ବିଷୟରେ ବିବରଣୀ ବ୍ୟାଖ୍ୟା କରିବା ସହ ଓଡିଆ ଭାଷାକୁ ସୁଦୃଢ କରିବାରେ ସମସ୍ତଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ଥିବା କଥା ସୂଚନା ଦେଇଥିଲେ । ରାଇକିଆ ନାଗରିକ ମଞ୍ଚର ଉପସଭାପତି ସାମ୍ବାଦିକ ପ୍ରଦୀପ ବେହେରା, ଉପସଭାପତି ସାମ୍ବାଦିକ ଆଦିତ୍ୟ ପ୍ରସାଦ ପାଢି, ଜୟାନନ୍ଦ ନାୟକ, ରାଜ କିଶୋର ପରିଚ୍ଛା , ରାଜମୋହନ ଦିଗାଲ , ରଜତ କୁମାର ନାୟକ, ସୀମାଞ୍ଚଳ ଦିଗାଲ ନଳିନୀ ନାୟକ ପ୍ରମୁଖ ଭାବେ ଯୋଗଦେଇ ପରିଚାଳନାରେ ସହଯୋଗ କରିଥଲେ ।

nis-ad
Leave A Reply

Your email address will not be published.