ବ୍ରହ୍ମପୁର : ଗଞ୍ଜାମ ଜ଼ିଲ୍ଲା କଂଗ୍ରେସ କମିଟି (ପଶ୍ଚିମ ) ତରଫରୁ ଉତ୍କଳ ଦିବସ ଖମ୍ବେଶ୍ବରୀ ପାଟଣା ସ୍ଥିତ କାଯ୍ୟାଳୟ ଠାରେ ଜ଼ିଲ୍ଲା ସଭାପତି ରବୀନ୍ଦ୍ର ନାଥ ଶର୍ମା ଙ୍କ ନେତ୍ୱତୀୟ ରେ ଅନୁଷ୍ଠିତ ହୋଇଯାଇଛି, ଆସ୍କା ସାଂସଦ ପାର୍ଥି ତଥା କଂଗ୍ରେସ ଯୁବ ନେତା ଦେବକାନ୍ତ ଶର୍ମା ଙ୍କ ନେତୃତ୍ୱ ରେ ଏକ ବାଇକ ରାଲି କାଯ୍ୟାଳୟ ଠାରୁ ବାହାରି ଆସ୍କା କୋର୍ଟ ଠାରେ ଥିବା ମଧୁବାବୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଦେଇ ସମର୍ଥକ ଙ୍କ ସହ ହାଟପଦା ଠାରେ ଥିବା ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଦେଇ ପୁଣି ବାଇକ ରାଲି ରେ କୁ ମ୍ଭାର ସାହି ହୋଇ ହରିହର ହାଇସ୍କୁଲ ଠାରେ ଥିବା ପଞ୍ଚ ମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଦେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ଏଥିରେ ମହାପୁରୁଷ ଙ୍କ ବଳିଦାନ କୁ ମନେପକେଇ ଆଜିର ଦିବସ ର ମହତ୍ୱ ବିଷୟରେ ଅଥିତି ମାନେ ମତ ଦେଇ ଥିଲେ :ଏହି କାଯ୍ୟକ୍ରମ ରେ ଯୁବ ନେତା ଓ ଆଇନଜୀବି ପ୍ରିୟାଂଶୁ ଶେଖର ପରିଡା, ନାରୀ ନେତ୍ରୀ ସୂଦୀପ୍ତା ଦାସ ଆଦି ଯୋଗ ଦେଇଥିଲେ।
