ବଢୁଛି ବେପରୁଆ ଗାଡି ଚାଳନା , ବଢୁଛି ଦୁର୍ଘଟଣା :ଯାଞ୍ଚ ନା ରେ ହେଉଛି ବଟି ଆଦାୟ..!

add-all


ନୟାଗଡ଼: ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ସହିତ ଯାନବାହାନ ସଂଖ୍ୟା ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଇଛି।ଯାନବାହାନ ଚଳାଚଳ ନିୟନ୍ତ୍ରଣ ତଥା ସୁପରିଚାଳନା ପାଇଁ ବିଭିନ୍ନ ସଡ଼କ ନିୟମ ପ୍ରଣୟନ କରାଯାଇଛି । କିନ୍ତୁ ଅନେକ ସମୟରେ ବେପରୁଆ ଗାଡି ଚାଳନା ତଥା ନାବାଳକ (୧୮ ବର୍ଷରୁ) କମ୍ ବା ବିନା ଲାଇସେନ୍ସ ପ୍ରାପ୍ତ ଗାଡିଚାଳକ ମାନଙ୍କ ଦ୍ଵାରା ଅନେକ ଦୁର୍ଘଟଣା ଘଟୁଛି। ଅନେକ ସମୟରେ ସଡ଼କ ନିୟମକୁ ନମାନି କମ୍ ବୟସର ଛାତ୍ରଛାତ୍ରୀ ମାନେ ଗାଡ଼ି ଚଳାଉଥିବାର ଦେଖିବାକୁ ମିଳିଛି ଏବଂ ପ୍ରଶାସନ ମଧ୍ୟ ଏହାପାଇଁ କୌଣସି ପଦକ୍ଷେପ ନେଉନାହିଁ।ଅଭିଯୋଗ ଆସୁଛି ଯାଞ୍ଚ ଆଳ ଦେଖାଇ ପୋଲିସ କରୁଛି ବଟି ଆଦାୟ l କେତେକ ଛାତ୍ରଛାତ୍ରୀ ବିନା ହେଲମେଟ ରେ ଗାଡ଼ି ଚଳାଇ ବିଦ୍ୟାଳୟ ବା ମହାବିଦ୍ୟାଳୟ କୁ ଆସୁଥିଲେ ମଧ୍ୟ ଏଥିପ୍ରତି କତୃପକ୍ଷ ଏହା ପ୍ରତି ଦୃଷ୍ଟି ନିକ୍ଷେପ କରୁନାହାନ୍ତି । କେତେକ ଯାନବାହାନର ବିକଟାଳ ଶବ୍ଦ ବ୍ୟବହାର , ଗାଡ଼ି ଚଳାଇବା ବେଳେ ମୋବାଇଲ ବ୍ୟବହାର କରିବା ଦ୍ଵାରା ଦୁର୍ଘଟଣା ଘଟୁଛି । ପରିବହନ ବିଭାଗ ଓ ପୋଲିସ ବିଭାଗ ପକ୍ଷରୁ

ବେଳେବେଳେ ଚେକିଂ କରାଯାଇ ଜୋରିମାନା ଆଦାୟ ସହିତ ଲାଇସେନ୍ସ ରଦ୍ଦ ଭଳି ବିଭିନ୍ନ କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲେ ମଧ୍ୟ ଏହା ନିୟମିତ ହେଉନଥିବାରୁ ଦୃତ ଗତିରେ ଗାଡି ଚଳାଇବା ,ଭୁଲ ରାସ୍ତାରେ ଗାଡି ଚଳାଇବା,ଦୁଇ ଜଣ ରୁ ଉର୍ଦ୍ଧ୍ବ ବ୍ୟକ୍ତି ଦୁଇ ଚକିଆ ଯାନ ରେ ବସିବା, ହେଲମେଟ ନ ପିନ୍ଧି ଗାଡ଼ି ଚଳାଇବା ବଢ଼ିବାରେ ଲାଗିଛି । ଫଳରେ ବରିଷ୍ଠ ନାଗରିକ, ମହିଳା, ଶିଶୁ ମାନେ ଏହି ବେପରୁଆ ଗାଡି ଚାଳନା ପାଇଁ ମନରେ ଭୟ ସୃଷ୍ଟି ହେଉଛି । ପ୍ରତିବର୍ଷ ସଡ଼କ ସୁରକ୍ଷା ପାଳନ କରାଯାଉଛି ବିଭିନ୍ନ ସଂସ୍ଥା ତରଫରୁ ସଡ଼କ ସୁରକ୍ଷା ପାଇଁ ସଚେତନତା ଶୋଭାଯାତ୍ରା କରାଯାଉଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡ଼ୁନାହିଁ । ପରିବହନ ବିଭାଗ ଏବଂ ପୋଲିସ ବିଭାଗ ଅଧିକ ଜାଗ୍ରତ ହୋଇ କର୍ଯ୍ୟକରିବା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.