
ଚିକିଟୀ : ଆଜି ସମଗ୍ର ରାଜ୍ୟରେ ନୂତନ ଜାତୀୟ ଶିକ୍ଷାନୀତି ଲାଗୁ ସାଙ୍ଗକୁ ନୂତନ ଶିକ୍ଷାବର୍ଷର ଅୟମାରମ୍ଭ ହୋଇଯାଇଛି । ସରକାର ବିଦ୍ୟାଳୟ ଗୁଡିକରେ ସମସ୍ତ ଆନୁଷଙ୍ଗିକ ସୁବିଧା ଉପଲବ୍ଧ କରାଇ ଶିଶୁ ବାଟିକା ଶ୍ରେଣୀ ଖୋଲିଛନ୍ତି । ଶିକ୍ଷାରଥ ଗଡାଇ ସମସ୍ତେ ପଢିବେ ଏବଂ ଆଗକୁ ବଢ଼ିବା ପାଇଁ ‘ଆମେ ସ୍କୁଲଯିବା’ ବିଭାଗ ଆହ୍ୱାନ ଦେଇଛି । ଏହାର ବ୍ଲକ ସ୍ତରୀୟ ଉଦ୍ଘାଟନ ଉତ୍ସବ ନୋଡାଲ ହାଇସ୍କୁଲ ଚିକିଟୀପେଣ୍ଠ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଚିକିଟୀ ବ୍ଲକ ଅଧ୍ୟକ୍ଷ ଶ୍ରୀ ଆପନ୍ନା ସେଠୀ, ସମ୍ମାନିତ ଅତିଥିଭାବେ ତହସିଲଦାର ଶ୍ରୀ ବିଶ୍ୱରଞ୍ଜନ କହଁର, ଚିକିଟୀ ଗୋଷ୍ଠି ଶିକ୍ଷାଧିକାରୀ ଶ୍ରୀ ବସନ୍ତ କୁମାର ପଣ୍ଡା, ଅତିରିକ୍ତ ଗୋଷ୍ଠି ଅଧିକାରୀ ତଥା ବି ଆର ସି ସି ନିଗମାନନ୍ଦ ପଣ୍ଡା, ଦୁଇଜଣ ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ସିମାଞ୍ଚଳ ପଣ୍ଡା, ତ୍ରିନାଥ ମଲ୍ଲିକ, ସି ଆର ସି ସି ଶ୍ରୀମତୀ ମିନତି କୁମାରୀ ପାଠୀ, ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ରବୀନ୍ଦ୍ର ନାଥ ସାହୁ, ଏସ ଏମ୍ ସି ସଭାପତି ରବୀନ୍ଦ୍ର ବାଡ଼ତ୍ୟା ଉପସ୍ଥିତ ରହିଥିଲେ । ନବାଗତ ପିଲାଙ୍କୁ ଖଡ଼ିଛୁଆଁ ପରେ ସଂଖ୍ୟାଜ୍ଞାନ ,ଭାଷା ଜ୍ଞାନ, ସୃଜନଶୀଳ ପରି ପ୍ରଭୃତି ଷ୍ଟଲ ପରିଦର୍ଶନ କରିବା ସାଙ୍ଗକୁ ସେଲ୍ଫିଷ୍ଟାଣ୍ଡରେ ଫଟୋ ଉଠାଇଥିଲେ । ଉପସ୍ଥିତ ଅଭିଭାବିକା ଶ୍ରୀମତୀ ଦୀପା କୁମାରୀ ସାହୁ ଶପଥ ପାଠ କରାଇବା ସହ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପାଠକରି ସଭିଙ୍କୁ ଶୁଣାଇଥିଲେ । ନୋଡାଲ ହାଇସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।