ରାସ୍ତାରେ ପନିପରିବା କୁଣ୍ଢି ରଖି ଚାଷୀଙ୍କ ଆନ୍ଦୋଳନ : ପୋଲିସ ବିରୋଧରେ ବିଷୋଦ୍‌ଗାର

add-all

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ପନିପରିବା ଚାଷିମାନଙ୍କୁ ପୋଲିସ ର କାର୍ଯ୍ୟାନୁଷ୍ଠାନ ଚାଷୀଙ୍କ ଭିତରେ କୁହୁଳୁଥିବା ଅସନ୍ତୋଷ ଧୀରେ ଧୀରେ ଉଗ୍ରରୂପ ନେଇଛି। ଚାଷୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ଅଣ୍ଟା ଭିଡ଼ିଲେଣି। ଏଭଳି ପରିସ୍ଥିତିରେ ବୁଧବାର ଅପରାହ୍ନ ୪ଘଣ୍ଟା ସମୟରେ ଶତାଧିକ ଚାଷୀ ହିଞ୍ଜିଳିକାଟୁ ବିଜୁପଟ୍ଟନାୟକ ଛକ ଠାରୁ ତରାତାରିଣୀ ରୋଡ଼ ରାଜ୍ୟ ରାଜପଥ ରାସ୍ତାରେ ପନିପରିବା ରଖି ଅବରୋଧ କରିଛନ୍ତି। ଫଳରେ କିଛି ସମୟ ଧରି ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଚାଷୀଙ୍କ ଅଭି‌ଯୋଗ ହେଉଛି, ପନିପରିବା ବଜାର ଗୃହ ମାଲିକ ମାନେ ବଜାର ଗୃହ ଠାରୁ ୧୫ ଫୁଟ ଆଗକୁ ଆସି ବିକ୍ରି କରୁଛନ୍ତି ଫଳରେ ଚାଷିମାନେ ରାସ୍ତାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ‌। ରାସ୍ତା ଉପରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହେଉଥିବା ଯୋଗୁଁ ପୋଲିସ ନିରିହ ଚାଷିମାନଙ୍କୁ ନାଲି ଆଖି ଦେଖାଇବା ସହ ଚାଷି ଙ୍କ କୁଣ୍ଡି କୁ ହଟାଈବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଫଳରେ ରାଜରାସ୍ତାକୁ ଓହ୍ଲାଉଛନ୍ତି ଚାଷୀ ‌। ବଜାର ଉପରେ ଅବ୍ୟବସ୍ଥାକୁ ନେଇ କିଛିଦିନ ତଳେ ଚାଷୀମାନେ ହିଞ୍ଜିଳିକାଟୁ ପୌରପରିଷଦ ଘେରାଉ କରିଥିଲେ। ତଥାପି ସମସ୍ୟାର ସମାଧାନ ନହେବାରୁ ସେମାନେ ବୁଧବାର ପୋଲିସ ର କାର୍ଯ୍ୟାନୁଷ୍ଠାନ ଦେଖି ଆନ୍ଦୋଳନାତ୍ମକ ପନ୍ଥା ଆପଣାଇ ରାସ୍ତା ଅବରୋଧ କରିଥିଲେ। ହିଞ୍ଜିଳି ଥାନା ର ଏସ ଆଇ ସୁରେଶ କୁମାର ସାହୁ ଓ ଏଏସାଇ ସୁବାସ ଚନ୍ଦ୍ର ମିଶ୍ର ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିଥିଲେ। ଦୀର୍ଘ ସମୟ ଧରି ଆଲୋଚନା ପରେ ଚାଷୀ ରାସ୍ତା ଅବରୋଧ ପ୍ରତ୍ୟାହାର କରିଥିଲେ।

ad-week
Leave A Reply

Your email address will not be published.