ଓଡ଼ିଆ ପକ୍ଷର ତୃତୀୟ ଦିବସରେ ଜିଲ୍ଲାରେ ପାରମ୍ପରିକ ପୋଷାକ ପରିଧାନ : ଆମ ପୋଷାକ ଆମ ପରିଚୟ

add-all

ସୁନ୍ଦରଗଡ଼ : “ଓଡ଼ିଆ ପକ୍ଷ” ପାଳନ ର ତୃତୀୟ ଦିବସ ରେ ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ପାରମ୍ପରିକ ପୋଷାକ ପରିଧାନ କରାଯାଇଛି।
ଏହି ଅବସର ରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମନୋଜ ମହାଜନ, ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ, ସଦର ଉପଜିଲ୍ଲାପାଳ ଦାଶରଥି ସରାବୁ, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ ମାନେ ଯୋଗ ଦେଇଥିଲେ।
ସେହିଭଳି ରାଉରକେଲା ମହାନଗର ନିଗମ କାର୍ଯ୍ୟଳୟ, ସମସ୍ତ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ, ସମସ୍ତ ବ୍ଲକ , ସମସ୍ତ ତହସିଲ, ସମସ୍ତ ପୌର ପରିଷଦ ଅଞ୍ଚଳ ସହିତ ଅନ୍ୟାନ୍ୟ ଅଞ୍ଚଳ ରେ ମଧ୍ୟ ଆଜି ପାରମ୍ପରିକ ପୋଷାକ ପରିଧାନ କରାଯିବା ସହିତ “ଆମ ପୋଷାକ ଆମ ପରିଚୟ ” ସ୍ଲୋଗାନ ଦିଆଯାଇଥିଲା।

ad-week
Leave A Reply

Your email address will not be published.