ବୁଡ଼ାଗୁଡା ଉଚ୍ଚ ବିଦ୍ୟାଳୟରେ ଦକ୍ଷତା ବୃଦ୍ଧି କର୍ମଶାଳା

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବୁଡ଼ାଗୁଡା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ଦକ୍ଷତା ବୃଦ୍ଧି ନିମିତ୍ତ ଏକ ଦିବଶୀୟ ପ୍ରଶିକ୍ଷଣ ଶିବିର ଆୟୋଜନ ହୋଇଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ୟାମ ସୁନ୍ଦର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ପନ୍ଦରଟି ସ୍ବୟଂ ସହାୟକ ଗୋଷ୍ଠୀରୁ ପାଖାପାଖି ଏକ ଶହରୁ ଉର୍ଦ୍ଧ ପ୍ରଶିକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ। ବର୍ତ୍ତମାନ ସମାଜରେ ନାରୀଟିଏ ପାଇଁ ସ୍ବାବଲମ୍ବୀ ହେବା ସହ ପରିବାର ପ୍ରତିପୋଷଣ ପାଇଁ ଅନେକ ମାର୍ଗ ଉନ୍ମୁକ୍ତ ଅଛି l ପରିବେଶ ବନ୍ଧବ ଉପାଦାନ ବ୍ୟବହାର କରି ନୂଆ ବ୍ୟବହାର ଯୋଗ୍ୟ ଜିନିଷର ପ୍ରସ୍ତୁତି ଏଥିମଧ୍ୟରୁ ଅନ୍ୟତମ ବୋଲି ପ୍ରଧାନଶିକ୍ଷକ ମତପୋଷଣ କରିଥିଲେ। ମାଟିଦ୍ଵାରା ବିଭିନ୍ନ ମୂର୍ତ୍ତି, ଖେଳନା ତିଆରି, ବାଉଁଶ ଦ୍ବାରା ବିଭିନ୍ନ ଘରକରଣା ଜିନିଷ ପ୍ରସ୍ତୁତି, ଅବ୍ୟବହୃତ ପ୍ଲାଷ୍ଟିକ ଦ୍ବାରା ସୁନ୍ଦର ଉପକରଣ ତଥା ଫୁଲ ଝାଡୁ ଚାଷ ଠାରୁ ଆରମ୍ଭ କରି ବଜାରରେ ବିକ୍ରୟ ପର୍ଯ୍ୟନ୍ତ ସବୁକିଛି ପ୍ରଶିକ୍ଷାର୍ଥୀ ମାନେ ଶିଖିଥିଲେ। ଶେଷରେ ପ୍ରଶିକ୍ଷାର୍ଥୀ ମାନଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯକ୍ରମର ପରିଚାଳନାରେ ବିଦ୍ୟାଳୟର ଶିକ୍ଷକ ବେଣୁଧର ବେହେରା,ବାମଚନ୍ଦ୍ର ପ୍ରଧାନ,ଦିବ୍ୟସିଂ ପ୍ରଧାନ, ଦୀପକ କୁମାର କହଁର ,ଅପର୍ଣ୍ଣା ନାୟକ ଓ ସୁଚିସ୍ମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l

ad-week
Leave A Reply

Your email address will not be published.