ପାରମ୍ପରିକ ପୋଷାକ ପରିଧାନ ‘ଆମ ପୋଷାକ, ଆମ ପରିଚୟ’ ଦିବସ ପାଳିତ

add-all

ଛତ୍ରପୁର : ଓଡ଼ିଶାର ପାରମ୍ପରିକ ପୋଷାକ, ହସ୍ତତନ୍ତ ଏବଂ ବୟନ ଶିଳ୍ପର ଗୌରବକୁ ଉଜାଗର କରିବା ନିମନ୍ତେ ଏପ୍ରିଲ ୩ରେ ‘ପାରମ୍ପରିକ ପୋଷାକ ପରିଧାନ ଆମ ପୋଷାକ, ଆମ ପରିଚୟ’ ଦିବସ ପାଳିତ ହୋଇଯାଇଛି। ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଉପସ୍ଥିତିରେ ଆବାସିକ ଜ଼ିଲାପାଳଙ୍କ କାର୍ଯ୍ୟାଳୟରେ ଏହା ପାଳନ କରାଯାଇଥିଲା। ସେହିପରି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ ) ଦେବଦତ୍ତ ପଣ୍ଡା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ମାନଙ୍କ ଉପସ୍ଥିତ ରେ ଏହା ପାଳନ କରାଯାଇଛି,ଏହା ସହିତ ଗଞ୍ଜାମ ଜିଲା ପରିଷଦ ଭଵନ କାର୍ଯ୍ୟାଳୟ ରେ ମୁଖ୍ୟ ଉନ୍ନୟନ ଅଧିକାରୀ ମଧୁମିତାଙ୍କ ଉପସ୍ଥିତିରେ ପାଳନ କରାଯାଇଛି।

ad-week
Leave A Reply

Your email address will not be published.