ରାୟଗଡ଼ା ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟରେ ପିଏମଶ୍ରୀ ଅନ୍ତର୍ଭୁକ୍ତ ପ୍ରାଥମିକ ଚିକିତ୍ସା ତାଲିମ ଶିବିର ଅନୁଷ୍ଠିତ

add-all

ରାୟଗଡ଼ା : ରାୟଗଡ଼ା ସ୍ଥିତ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟରେ ପି ଏମ ଶ୍ରୀ ଅନ୍ତର୍ଭୁକ୍ତ ପ୍ରାଥମିକ ଚିକିତ୍ସା ତାଲିମ ଶିବିର ଜୁନିୟର ରେଡକ୍ରସ ତରଫରୁ ଅନୁଷ୍ଠିତ ହୋଇଯାଇଛି।ରେଡକ୍ରସ କାଉନସିଲର ତାପସ କୁମାର ଦଳେଇ ଏବଂ ଶ୍ରୀମତୀ ଅଞ୍ଜନା ସାହୁ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସାର ସଂଜ୍ଞା ଓ ପ୍ରାଥମିକ ଚିକିତ୍ସାର ଆବଶ୍ୟକତା ବିଷୟରେ ବର୍ଣନା କରିଥିଲେ। ଏହି ତାଲିମ ଶିବିର ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନମିତା ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱବାଧାନରେ ପରିଚାଳିତ ହୋଇଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.