ଓଡ଼ିଆରେ ନାମ ଫଳକ ଅଭିଯାନ ନେଇ ସଚେତନତା ଶୋଭାଯାତ୍ରା

add-all

ମାଲକାନଗିରି : ଓଡ଼ିଆ ପକ୍ଷ ପାଳନର ଚତୁର୍ଥ ଦିନରେ ଓଡ଼ିଆରେ ନାମ ଫଳକ ଅଭିଯାନ ସଚେତନତା ଶୋଭା ଯାତ୍ରା ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଛି। ଜିଲ୍ଲାର ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ମାନଙ୍କରେ ଓଡ଼ିଆ ଭାଷାରେ ନାମଫଳକ ପ୍ରଦର୍ଶନ ସୁନିଶ୍ଚିତ କରିବା ନିମନ୍ତେ ଏହି ସଚେତନତା ପଦଯାତ୍ରା କରାଯାଇଥିଲା l ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ସବୁଜ ପତାକା ଦେଖାଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି ଶୋଭା ଯାତ୍ରା ବସ୍ ଷ୍ଟାଣ୍ଡ ଠାରୁ ଆରମ୍ଭ କରି ଡିଏନକେ ଖେଳ ପଡିଆ ପର୍ଯ୍ୟନ୍ତ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଲୋକସଭା ସାଂସଦ ପ୍ରତିନିଧି ସଞ୍ଜୟ ସରକାର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ,ପ୍ରଭାଗୀୟ ଶ୍ରମ ଆୟୁକ୍ତ ପ୍ରସନ୍ନ କୁମାର ପାଣିଗ୍ରାହୀ ଓ ସହକାରୀ ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକା ଉପସ୍ଥିତ ଥିଲେ।

ଏହି ସଚେତନତା ପଦଯାତ୍ରାରେ ପ୍ରାୟ ୧୫୦ ଜଣ ମହାବିଦ୍ୟାଳୟ ଛାତ୍ରୀ, ପରିବର୍ତନ ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତାଙ୍କ ସମେତ ଜିଲ୍ଲା ଶିଶୁ ସୁରକ୍ଷା, ଜିଲ୍ଲା ସୂଚନା ଲୋକ ସମ୍ପର୍କ, ଜିଲ୍ଲା ସଂସ୍କୃତି ବିଭାଗ ଓ ମାଲକାନଗିରି ପୌରପାଳିକା, ଚାଇଲ୍ଡ ଲାଇନ, ବୁଦ୍ଧିଜୀବୀ ଏବଂ ଜନ ସାଧାରଣ ଏଥିରେ ଭାଗ ନେଇଥିଲେ l ଜିଲ୍ଲା ଶ୍ରମ ବିଭାଗ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ। ଶେଷରେ କିଛି ନିର୍ମାଣ କାର୍ଯ୍ୟସ୍ଥଳରେ ଶ୍ରମିକ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା l

ad-week
Leave A Reply

Your email address will not be published.