ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ପର୍ବ ଅନୁଷ୍ଠିତ

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଟେମ୍ପରାରୀ କଲୋନୀ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଚିତ୍ରକୋଣ୍ଡା ବ୍ଲକ ଶିକ୍ଷାଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀ, ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର, ଚିତ୍ରକୋଣ୍ଡା ବ୍ଲକ ବିଧାୟକ ପ୍ରତିନିଧି ବିଦେଶୀ ଗୌଡ଼ ସମେତ ଅନ୍ୟ ମନ୍ୟଗଣ୍ୟ ବ୍ୟକ୍ତିତ୍ୱ ଯୋଗ ଦେଇଥିଲେ । ପ୍ରଥମେ ସମସ୍ତ ଅତିଥିଙ୍କୁ ସତ୍କାର କରାଯାଇଥିଲା । ସମସ୍ତ ଅତିଥି ଖଡ଼ିଛୁଆଁ ପର୍ବ ଏବଂ ପିଲାଙ୍କ ସ୍କୁଲ ପ୍ରବେଶ ଉତ୍ସବ ର ତାତ୍ପର୍ଯ୍ୟ ଅଭିଭାଷଣ ମାଧ୍ୟମରେ ଜଣାଇଥିଲେ । ପିଲାଙ୍କ ପାଠ ପଢ଼ାକୁ ନେଇ ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ର ଲାଭ ଉଠାଇବା ସହିତ ଅଭିଭାବକ ଙ୍କ ମଧ୍ୟ ସମ୍ପୂର୍ଣ୍ଣ ଦାୟିତ୍ୱ ରହିବା ଦରକାର ବୋଲି ମତ ଦିଆଯାଇଥିଲା । ଏହାପରେ ସମସ୍ତ ଅତିଥି ନୂତନ ଭାବେ ନାମ ଲେଖାଇଥିବା ପିଲାମାନଙ୍କୁ ସ୍କୁଲ ବ୍ୟାଗ ପ୍ରଦାନ କରିଥିଲେ ଓ ସିଲଟ ପଟା ରେ ଖଡ଼ି ଛୁଆଇଁ ଥିଲେ । ବିଦ୍ୟାଳୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ପର୍ବ ପ୍ରଚାର ନିମନ୍ତେ ପ୍ରସ୍ତୁତ ଥିବା ଗାଡ଼ି ର ଶୁଭାରମ୍ଭ ନଡ଼ିଆ ଭାଙ୍ଗି ଓ ରିବନ କଟାଯାଇ କରାଯାଇଥିଲା । ବିଦ୍ୟାଳୟର ଅଭିଜ୍ଞ ଶିକ୍ଷୟତ୍ରୀ ସଙ୍ଗୀତା ମହାନ୍ତି, ରିତାରାଣୀ ମହାରଣା ସମେତ ସମସ୍ତ ଶିକ୍ଷୟତ୍ରୀ ଙ୍କ ସହଯୋଗରେ କାର୍ଯ୍ୟକ୍ରମ ଟି ଶୁଭାରମ୍ଭ ହୋଇ ଯାଇଛି ।

nis-ad
Leave A Reply

Your email address will not be published.