ବର୍ଦ୍ଧିତ ଦରମା , ସରକାରୀ ଛୁଟି ଓ ସଫେଇ କିଟ୍ ଦାବିରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ

ମାଲକାନଗିରି : ଆଜି ମାଲକାନଗିରି ପୌର ପରିଷଦରେ କାର୍ଯ୍ୟରତ ସମସ୍ତ ସଫେଇ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି। ଦୀର୍ଘ ତିନିମାସ ଧରି ସଫେଇ ଠିକା ନେଇଥିବା L&K ସର୍ଭିସ ଠିକ୍ ସମୟରେ ଦରମା ପ୍ରଦାନ ନକରିବା ସହ ସଫେଇ କୀଟ ପ୍ରଦାନନକରିବା,ସମାନ କାମକୁ ସମାନ ଦରମା ପ୍ରଦାନ କରୁନଥିବା ଭଳି ଅଭିଯୋଗ ମାନ ବାଢିଥିଲେ ସଫେଇ କର୍ମଚାରୀ ସମୂହ । ଯାହା ଦ୍ଵାରା ସଫେଇ କାର୍ଯ୍ୟବନ୍ଦ ରହିବା ସହିତ ଆଗାମୀ ଦିନରେ ଏହି ସବୁ ଦାବି ପୁରଣ କରିବାକୁ ଦାବି ଦୋହରାଇ ଥିଲେ । ଏବାବଦରେ ପୌର ପରିଷଦ ନିର୍ବାହୀ ଅଧିକାରୀ ଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ ପୌର ପରିଷଦ ପକ୍ଷରୁ L&K ସର୍ଭିସ ସଂସ୍ଥା କୁ ଏବାଦ ଅବଗତ କରାଯାଇଛି । ଏହା ସହ ସଫେଇ କର୍ମଚାରୀ ମାନଙ୍କୁ ସେଫ୍ଟି କିଟ ଯୋଗାଇଦେବା, ସଫେଇ କର୍ମଚାରୀ ମାନଙ୍କ EPF ଏକାଉଣ୍ଟ ଠିକ୍ ଭାବେ ପରିଚାଳନା କରିବା ଓ ସରକାରୀ ଛୁଟି ତାଲିକାରେ ସଫେଇ କର୍ମଚାରୀ ମାନଙ୍କୁ ଅନ୍ତର୍ଭୁକ୍ତ କରିବା ସହ ଅଣ କୁଶଳୀ ଶ୍ରମିକ ଶ୍ରେଣୀ ସାମିଲ କରି ଦରମା ବୃଦ୍ଧି କରିବା, ଅନ୍ୟ ଜିଲ୍ଲାରେ ଦରମା ବାବଦ୍କୁ ଟ୧୬୦୦୦/- ଦିଆ ଯାଉଥିବା ବେଳେ ମାଲକାନଗିରି ରେ ଟ୧୩୦୦୦/- ଦିଆଯାଉଥିବା ଏବଂ ନର୍ଦମା ସଫେଇ କର୍ମଚାରୀଙ୍କୁ ଟ୧୩୦୦୦/- ବଦଳରେ ମାତ୍ର ଟ୭୦୦୦/- ଦିଆଯାଉଥିବା ବେଳେ ସମାନ କାମ କୁ ସମାନ ଦରମା ମିଳିଲେ ମାଲକାନଗିରି ସହରର ଅଳିଆ ଆବର୍ଜନା ଆଉ ହଟିବ ନାହିଁ ବୋଲି ସଫେଇ କର୍ମଚାରୀ ସଂଘ ପକ୍ଷରୁ କୁହାଯାଇଛି ।

nis-ad
Leave A Reply

Your email address will not be published.