ଓଡ଼ିଆ ପକ୍ଷର ଚତୁର୍ଥ ଦିବସରେ ଓଡ଼ିଆରେ ନାମଫଳକ ପାଇଁ ସଚେତନତା ପଦଯାତ୍ରା ଅନୁଷ୍ଠିତ

ସୁନ୍ଦରଗଡ଼ : ଓଡ଼ିଆ ପକ୍ଷ ପାଳନର ଚତୁର୍ଥ ଦିବସରେ ଆଜି ଜିଲ୍ଲା ରେ ଓଡ଼ିଆ ରେ ନାମଫଳକ ଲେଖାଯିବା ନେଇ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଡିଆରଡିଏ ଛକ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମନୋଜ ମହାଜନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ ଯୋଗ ଦେଇ ସଚେତନତା ପଦଯାତ୍ରାର ଶୁଭାରମ୍ଭ କରିଥିଲେ।

ଏହି ପଦଯାତ୍ରା ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନର ନାମ ଫଳକ ଓଡ଼ିଆ ଭାଷା ରେ ସ୍ପଷ୍ଟ ଭାବରେ ଲେଖିବା ଜନ ସଚେତନତା ସୃଷ୍ଟି କରିଥିଲା। ଏହା ସହ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡିକରେ ଓଡ଼ିଆରେ ନାମଫଳକ ଲେଖି ଓଡ଼ିଆ ଭାଷାକୁ ଆହୁରି ସମୃଦ୍ଧ କରିବାକୁ ମଧ୍ୟ ସଚେତନତା କରାଯାଇଥିଲା। ସେହିଭଳି ଦୋକାନ ଓ ବ୍ୟବସାୟୀକ ପ୍ରତିଷ୍ଠାନ ମାନଙ୍କରେ ଓଡ଼ିଆରେ ନାମ ଫଳକ ସମ୍ବନ୍ଧିତ ଓଡ଼ିଶା ସରକାରଙ୍କ ଅଧିନିୟମ ର କାର୍ଯ୍ୟାନ୍ଵୟନ ଏବଂ ଏହି ନିୟମର ଖିଲାପ କଲେ ଥିବା ଜରିମାନା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ସଚେତନତା କରାଯାଇଥିଲା।

ଏହି ଶୋଭାଯାତ୍ରାରେ ପୌରପାଳିକାର ନିର୍ବାହୀ ଅଧିକାରୀ ବିକାଶ ମୁଣ୍ଡାରୀ, ସହକାରୀ ଶ୍ରମ ଅଧିକାରୀ ଗୌରହରି ତାଣ୍ଡି ,ଅନ୍ୟାନ୍ୟ କର୍ମଚାରୀ, ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ,ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନର କର୍ମକର୍ତ୍ତା, ସ୍ଵୟଂ ସହାୟକ ଗୋଷ୍ଠୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ସେହିଭଳି ରାଉରକେଲା ମହାନଗର ନିଗମ ତଥା ଅନ୍ୟାନ୍ୟ ଅଞ୍ଚଳ ରେ ମଧ୍ୟ ଆଜି ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡ଼ିଆରେ ନାମଫଳକ ଅଭିଯାନ ଅନ୍ତର୍ଗତ ସଚେତନତା ପଦଯାତ୍ରା ଆୟୋଜିତ ହୋଇଥିଲା।

nis-ad
Leave A Reply

Your email address will not be published.