ଭାଜପା ପକ୍ଷରୁ ଜିଲ୍ଲା ସାଙ୍ଗଠନିକ ବୈଠକ ଅନୁଷ୍ଠିତ

add-all

ରାଇକିଆ : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ସ୍ଵସ୍ତିକ କଲ୍ୟାଣ ମଣ୍ଡପ ଠାରେ ବିଜେପିର ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ସଭାପତି ପଣ୍ଡିତ ବିଶିମାଝି , ଜିଲ୍ଲା ନିର୍ବାଚନ ଅଧିକାରୀ ପ୍ରକାଶ ମଙ୍ଗରାଜ,ପୂର୍ବତନ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ଜିଲା ସାଧାରଣ ସମ୍ପାଦକ ଲିଙ୍ଗରାଜ ଦଳବେହେରା, ଦେବେନ୍ଦ୍ର କୁଦେଇ,ମାନଗୋବିନ୍ଦ ପ୍ରଧାନ, ପୂର୍ବତନ ବିଧାୟିକା ଅଜୟନ୍ତୀ ପ୍ରଧାନ, ବିଧାୟିକା ପ୍ରାର୍ଥୀ କଳ୍ପନା କହଁର ପ୍ରମୁଖ ଯୋଗଦାନ କରିଥିଲେ । ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ୱୋଳନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡିକର ସୁଫଳକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ସହ ଜିଲ୍ଲାରେ ଦଳୀୟ ସଙ୍ଗଠନକୁ ଆହୁରି ମଜବୁତ କରିବା ନେଇ ଅତିଥି ମାନେ ପରାମର୍ଶ ଦେଇଥିଲେ ।

ଜିଲ୍ଲାର ବିଭିନ୍ନ ପଞ୍ଚାୟତରୁ ଆସିଥିବା ସମସ୍ତ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା ସମସ୍ତ ସରପଞ୍ଚ,ସମିତି ସଭ୍ୟ/ସଭ୍ୟାଙ୍କ ସହିତ ସମସ୍ତ ମଣ୍ଡଳ ସଭାପତି, ପୂର୍ବତନ ମଣ୍ଡଳ ସଭାପତି, ସାଧାରଣ ସମ୍ପାଦକ ଓ ସାଂସଦ ପ୍ରତିନିଧି, ବିଧାୟକ ପ୍ରତିନିଧିଙ୍କ ସହିତ ସମସ୍ତ ମୋର୍ଚ୍ଚାର ସଭାପତି ଓ ଦେବ ଦୁର୍ଲ୍ଲଭ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ। ବିଭିନ୍ନ ରାଜନୈତିକ ଦଳ ଛାଡି ଆଜି ବିଧିବଦ୍ଦ ଭାବେ ସରପଞ୍ଚ ଏବଂ ସେମାନଙ୍କ ସମର୍ଥକ ମାନେ ବିଜେପିରେ ଯୋଗଦାନ କରିଥିଲେ । ରାଇକିଆ ବିଜେପି ତରଫରୁ ସଭାପତି ସନ୍ତୋଷ କୁମାର ପାତ୍ର, କନ୍ଧମାଳ ସାଂସଦ ରାଇକିଆ ବ୍ଲକ ପ୍ରତିନିଧି ତଥା ରାଜ୍ୟ ପରିଷଦ ସଦସ୍ୟ ସନ୍ତୋଷ କୁମାର ଲେଙ୍କା, ରାଜ୍ୟ ପରିଷଦ ସଦସ୍ୟ ସୁକାନ୍ତ କୁମାର ସାହୁ, ରାଇକିଆ ମଣ୍ଡଲ ପ୍ରତିନିଧି ନାରାୟଣ ପାତ୍ର, ମଣ୍ଡାସରୁ ମଣ୍ଡଲ ସଭାପତି ଗଜେନ୍ଦ୍ର ପ୍ରଧାନ, ଏସଟି ମୋର୍ଚ୍ଛା ଜିଲା ସାଧାରଣ ସଂପାଦକ ତାପସ ଦଳବେହେରା ପ୍ରମୁଖ ଯୋଗଦାନ କରି ପରିଚାଳନା କରିଥିଲେ ।

ad-week
Leave A Reply

Your email address will not be published.