ଓଡ଼ିଆରେ ନାମ ଫଳକ ଅଭିଯାନ : ସଚେତନତା ପଦଯାତ୍ରା, ସାମିଲ ହେଲେ ଜିଲ୍ଲାପାଳ

Independence

ଛତ୍ରପୁର : ଓଡିଆ ପକ୍ଷ, ୨୦୨୫ ଅବସରରେ ଓଡ଼ିଶା ଦିବସ ଏପ୍ରିଲ ୧ ଠାରୁ ମହାବିଷୁବ ସଂକ୍ରାନ୍ତି ଏପ୍ରିଲ ୧୪ ପର୍ଯ୍ୟନ୍ତ ସମୟକୁ ଓଡିଆ ପକ୍ଷ ପାଳନ କରିବା ସହିତ ଓଡ଼ିଶା ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଆଇନ ,୧୯୫୬ ଅନୁଯାୟୀ ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ସମ୍ମୁଖରେ ଓଡିଆ ଭାଷାରେ ନାମ ଫଳକ ପ୍ରଦର୍ଶନ ସୁନିଶ୍ଚିତ କରିବା ପାଇଁ ଏକ “ଓଡିଆ ନାମ ଫଳକ ଅଭିଯାନ ସଚେତନତା ପଦଯାତ୍ରା” ଅନୁଷ୍ଠିତ ହୋଇଯାଇଛି, ଏହି ପଦଯାତ୍ରା କୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ସବୁଜ ପତାକା ଦେଖାଇ ଶୁଭଆରମ୍ଭ କରିଥିଲେ, ଏହା ସହିତ ନିଜେ ଏହି ପଦଯାତ୍ରା ରେ ସାମିଲ ହୋଇଥିଲେ, ଏଥିରେ ଛତ୍ରପୁର ଜିଲ୍ଲା ଶ୍ରମ ଅଧିକାରୀ ବର୍ଷାରାଣୀ ଜେନା, ସହକାରୀ ଶ୍ରମ ଅଧିକାରୀ ରଶ୍ମିରେଖା ପଣ୍ଡା, ବହୁ ନିର୍ମାଣ ଶ୍ରମିକ / ସ୍ବେଚ୍ଛାସେବୀ ଯୋଗଦେଇଥିଲେ । ଏହି ପଦଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ଛତ୍ରପୁର ସହର ପରିକ୍ରମା କରିଥିଲା ।

ad-week
Leave A Reply

Your email address will not be published.