ହୁମ୍ମା ସାପ୍ତାହିକ ହାଟ ମତ୍ସ୍ୟ ବିଭାଗକୁ ହସ୍ତାନ୍ତର କୁ ବିରୋଧ : ପୂର୍ବାବସ୍ଥା ବଜାୟୀ ରଖିବା ନିମନ୍ତେ ଦାବୀ, ଜିଲ୍ଲାପାଳଙ୍କୁ ଭେଟିଲେ ପଂଚାୟତବାସୀ
ଛତ୍ରପୁର ୪/୪ : ଛତ୍ରପୁର ଉପକଣ୍ଠ ହୂମ୍ମା ଠାରେ ରହିଥିବା ସାପ୍ତାହିକ ହାଟ ଏବେ ମତ୍ସ୍ୟ ବିଭାଗକୁ ହସ୍ତାନ୍ତର କରାଯାଇଛି l ଏହାକୁ ନେଇ ହୂମ୍ମା ପଂଚାୟତ ବାସିନ୍ଦା ଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖା ଦେଇଛି l ହାଟ ପୂର୍ବାବସ୍ଥା ବଜାୟୀ ରଖିବା ଦାବୀ ନେଇ ଶୁକ୍ରବାର ହୂମ୍ମାପଂଚାୟତ ବାସୀ ମାନେ ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି l ଆଜିକୁ ଦୀର୍ଘ ୬୦ ବର୍ଷ ଧରି ହୂମ୍ମା ଠାରେ ଶୁଖୁଆ ହାଟ ବସିବା ଯୋଗୁଁ ସ୍ଥାନୀୟ ବାସିନ୍ଦା ମାନେ ପନିପରିବା କ୍ରୟ ବିକ୍ରୟ କରିବା ସହ ହାଟ ରେ ରାଜ୍ୟ ତଥା ରାଜ୍ୟ ବାହାରୁ ଶୁଖୁଆ ଆସି ଏଠାରେ ବିକ୍ରୟ ହେଉଛି, ଯାହାଫଳ ରେ ପଂଚାୟତ ର ରାଜସ୍ବ ଆଦାୟ କରାଯାଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଲାଗି ଆସୁଛି l ଖାଲି ସେତିକି ନୁହେଁ ପ୍ରତି ବର୍ଷ ଏଠାରେ ହୂମ୍ମା ର ଐତିହାସିକ ପଞ୍ଚୁ ଦୋଳ ହୋଇ ଆସୁଛି l କିନ୍ତୁ ଏବେ ମତ୍ସ୍ୟ ବିଭାଗ କୁ ଏହା ହସ୍ତାନ୍ତର କରାଯିବା ଫଳରେ ପଞ୍ଚାୟତର ରାଜସ୍ବ ହାନି ଘଟିବା ସହ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବେ ବୋଲି ହୂମ୍ମା ପଂଚାୟତ ବାସିନ୍ଦା ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ାଙ୍କୁ ଭେଟି ଗୁହାରି କରିଛନ୍ତି l ଏହା ସହ ଏକ ସ୍ମାରକ ପତ୍ର ମଧ୍ୟ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି l ଏହି ଦାବି ପତ୍ର ପ୍ରଦାନ ବେଳେ ହୂମ୍ମା ପଞ୍ଚାୟତର ସରପଞ୍ଚ ଜାନକୀ ଦାସ, ସମିତି ସଭ୍ୟ ଧ୍ରୁବ ଚରଣ ପଲାଇ , ଗଞ୍ଜାମ ବ୍ଲକର ପୂର୍ବତନ ଅଧ୍ୟକ୍ଷ ରଘୁନାଥ ସାହୁ, ପ୍ରଶାନ୍ତ ପରିଡା, ସୁରେନ୍ଦ୍ର ମାଳି, ଜିତେନ୍ଦ୍ର ମୁଳି, ମୋଚିରାମ ଗୌଡ଼, ଅରୁଣ ପଲାଇ, ଅନାଥ ସାହୁ ଲକ୍ଷ୍ମୀ ଦାସ, କାଳୁ ବେହେରା ଙ୍କ ସମେତ ବହୁ ମହିଳା ଓ ପୁରୁଷ ମାନେ ଉପସ୍ଥିତ ଥିଲେ l
