ତାଲୁକ ଆଇନ୍ ସହାୟତା କମିଟି ପକ୍ଷରୁ ଆଇନ ସଚେତନତା ଶିବିର

ବଣାଇଁ : ବଣାଇଁ ସିଭିଲ୍ କୋର୍ଟ ପରିସରରେ ଥିବା ସମ୍ମିଳନୀ ସଭାଗୃହ ରେ ଆଜି ବଣାଇଁ ତାଲୁକ ଆଇନ ସେବା ସମିତି ପକ୍ଷରୁ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଣାଇଁ ଅତିରିକ୍ତ ଜିଲ୍ଲା ଜଜ୍ ତଥା ତାଲୁକ ଆଇନ ସେବା ସମିତି ର ଅଧ୍ୟକ୍ଷ ଆଶୁତୋଷ ଦାସ
ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।
ସମ୍ମାନିତ ଅତିଥି ଭାବେ ବଣାଇଁ ଏସଡିଜେଏମ ପ୍ରିତିସ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ସ୍ବାଗତୀକା ଦଳପତି, ତହସିଲଦାର ଜ୍ଞାନ ରଞ୍ଜନ ବେହେରା
ଉପସ୍ଥିତ ରହିଥିଲେ । ସେହିପରି ଭାବେ କୋର୍ଟ ର କନିଷ୍ଠ କିରାଣି ସୁବ୍ରତ କୁମାର ସାହୁ ନାଗରିକ ମାନଙ୍କପାଇଁ ଆଇନ୍ ଗତ ସୁରକ୍ଷା ବ୍ୟବସ୍ଥା ଉପରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନତା କରିଥିଲେ। କାର୍ଯ୍ୟକ୍ରମରେ ବଣାଇଁ ଓକିଲ ସଂଘର ସଭାପତି ଲିଙ୍ଗରାଜ ମିଶ୍ର, ସମ୍ପାଦକ ହିମାଂଶୁ ବିଶ୍ୱାଳ, ରିଟେନର ଅତୁଲ୍ୟ କୁମାର ସାମଲ , ବରିଷ୍ଠ ଆଇନଜୀବୀ ବିନୟ କୁମାର ଦାସ,ଧିରୋଜ କୁମାର ସାହୁ, ଦିଗାମ୍ବର ପ୍ରଧାନ , ପାର୍ଥ ସାରଥି ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମକୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ କର୍ମଚାରୀ ଯୁଧିଷ୍ଠିର ତ୍ରୀପାଠୀ, କୋର୍ଟ କର୍ମଚାରୀ ବ୍ରୀଜେଶ କୁମାର ସାହୁ ଓ ଅନ୍ତର୍ଯ୍ୟାମୀ ପାତ୍ର ପରିଚାଳନା କରିଥିବା ବେଳେ ଏଥିରେ କୋର୍ଟ କର୍ମଚାରୀ , ପୋଲିସ ଓ ଜନସାଧାରଣ ଉପସ୍ଥିତ ରହିଥିଲେ।

nis-ad
Leave A Reply

Your email address will not be published.