ଯୁବ ଲେଖକ ସମ୍ମିଳନୀ ଓ ଓଡ଼ିଶାର ବରପୁତ୍ରମାନଙ୍କ ଉପରେ ଆଲୋଚନଚକ୍ର ନେଇ ପ୍ରସ୍ତୁତି ବୈଠକ

ମାଲକାନଗିରି : ଓଡ଼ିଆ ପକ୍ଷ ପାଳନ ନେଇ ଆସନ୍ତା ୧୧ ଏପ୍ରିଲରେ ଜିଲ୍ଲାରେ ଯୁବ ଲେଖକ ସମ୍ମିଳନୀ ଓ ୧୨ ଏପ୍ରିଲରେ ଓଡିଶାର ବରପୁତ୍ର ମାନଙ୍କ ଉପରେ ଆଲୋଚନଚକ୍ର ଆୟୋଜନ କରାଯିବ। ଓଡ଼ିଶା ସାହିତ୍ୟ ଏକାଡେ଼ମୀର ନିର୍ଦ୍ଦେଶ କ୍ରମେ ମହାବିଦ୍ୟାଳୟରେ ଅଧ୍ୟୟନରତ ଯୁବ ଲେଖକ/ଲେଖିକାଙ୍କ ମଧ୍ୟରେ ଗଳ୍ପ, କବିତା ଓ ପ୍ରବନ୍ଧ ପ୍ରତିଯୋଗୀତା ଆୟୋଜନ କରାଯିବ। ଗୋଟିଏ ଅନୁଷ୍ଠାନରୁ ପ୍ରତ୍ୟେକ ବିଭାଗ ରେ ତିନି ଜଣ ଲେଖାଏଁ ଭାଗ ନେବେ। ଏଥି ନିମନ୍ତେ ଆଜି ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ମାଲକାନଗିରି ଜିଲ୍ଲା ପାଇଁ ବରିଷ୍ଠ ସାମ୍ୱାଦିକ ରତ୍ନାକର ଦାସଙ୍କୁ ଦାୟିତ୍ଵ ନ୍ୟସ୍ତ କରାଯାଇଅଛି। ଆଜିର ବୈଠକରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ଓ ବିଶିଷ୍ଟ କବି ପ୍ରକାଶ ପଟ୍ଟନାୟକ ଉପସ୍ଥିତ ଥିଲେ। ଜିଲ୍ଲାର ୧୦ ଗୋଟି ମହାବିଦ୍ୟାଳୟ ସହ ସଂଯୋଜକ ଭାବେ ମାଲକାନଗିରି ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ରଞ୍ଜନ ସ୍ବାଇଁଙ୍କୁ ଦାୟିତ୍ଵ ଦିଆଯାଇଛି ଯିଏ ଯୁବ ଲେଖକ ଲେଖିକାଙ୍କ ତାଲିକା ପ୍ରଦାନ କରିବେ। ଏହି ତିନୋଟି ବିଭାଗ ନିମନ୍ତେ ୯ ଜଣ ବିଚାରକ ମଣ୍ଡଳୀ ରହିବେ। ବିଜ୍ଞାନ ମହାବିଦ୍ୟାଳୟରେ ଏହି ପ୍ରତିଯୋଗିତା ଆୟୋଜନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ସେହିପରି ୧୨ ଏପ୍ରିଲରେ ଓଡ଼ିଶାର ବରପୁତ୍ରଙ୍କ ଜୀବନୀ ଉପରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସାରସ୍ଵତ ଆଲୋଚନାଚକ୍ର ଆୟୋଜନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ଆଲୋଚନାଚକ୍ରରେ ଜିଲ୍ଲାର ବିଶିଷ୍ଟ କବିମାନେ ଭାଗ ନେବେ।

ad-week
Leave A Reply

Your email address will not be published.